ଅନନ୍ତ ଓଝାଙ୍କ ବିୟୋଗରେ ବିକାଶ ସାମୁଖ୍ୟର ଶୋକ

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଜି ଅନନ୍ତ ଓଝାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୈଷ୍ଣବ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଂପାଦକ ଅଧ୍ୟାପକ ଅଜୟ ସାମଲ ଅନନ୍ତ ଓଝାଙ୍କ ଆଧୁନିକ ଯାତ୍ରା ମାଧ୍ୟମରେ ଜନମାନସରେ ସାମାଜିକ ଚିତ୍ରକୁ ପହଁଚାଇବାର ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ଭାବେ ସମଗ୍ର ଯାତ୍ରା ଜଗତରେ ଜଣେ ସଫଳ ବ୍ୟକ୍ତିତ୍ୱ ଭାବରେ ତାଙ୍କର ଅଲିଭା ସ୍ମୃତି ଅବିସ୍ମରଣୀୟ ହୋଇ ରହିବ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ଉପେନ୍ଦ୍ର ନାଥ ପ୍ରଧାନ, କୃତିବାସ ସ୍ୱାଇଁ, ଭାଗିରଥୀ ଜେନା, ଅମୀୟ ନାୟକ, ଅରୁଣ ମହାନ୍ତି, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନୃସିଂହ ତ୍ରିପାଠୀ ପ୍ରମୁଖ ଶ୍ରଦ୍ଧାସୁମନ ଜଣାଇବା ସହିତ ତାଙ୍କର ନାଟ୍ୟ ଜଗତ ବିଶେଷ ଭାବରେ ସମାଜକୁ ନାଟକ ମାଧ୍ୟମରେ ପରିବର୍ତ୍ତନର ବାର୍ତ୍ତା ପାଇଁ ସେ ଅମର ହୋଇ ରହିବେ। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ବୀରନିଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରି ସମଗ୍ର ଜିଲ୍ଲା ପାଇଁ ସେ ଗୈାରବ ଆଣିଛନ୍ତି। ସେଥିପାଇଁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ତରଫରୁ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *