ଅନନ୍ତ ଓଝାଙ୍କ ନିମନ୍ତେ “ପୁଣ୍ୟ ଉତ୍କଳ” ପକ୍ଷରୁ ସମୂହ ଦୀପ ଦାନ

କେନ୍ଦ୍ରାପଡ଼ା- ତା୧୨/୧୧(ଓଡ଼ିଆ ପୁଅ)-ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ସ୍ଥିତି ଏବେ ସଙ୍କଟାପନ୍ନ ରହିଛି। କ୍ୟାନ୍ସର୍ରେ ପିଡ଼ିତ ଶୀ୍ର ଓଝା ଏବେ ବାଙ୍ଗାଲୋର ସ୍ଥିତ ଏଚ୍.ସି.ଜିରେ ଚିକିତ୍ସିତ। ତେବେ ଏ ସମୟରେ ଅନନ୍ତଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସାଂସ୍କୃତିକ ତଥା ସେବା ଅନୁଷ୍ଠାନ “ପୁଣ୍ୟ ଉତ୍କଳ” କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଶୀ୍ରଶୀ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି। ଜିଲ୍ଲା ସଂପାଦକ ଅନନ୍ତ ଗୋପାଳ ସାହୁଙ୍କ ଦ୍ୱାରା ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବସନ୍ତ ଦାସ, ଦିନବନ୍ଧୁ ବେହେରା, ଗୋବିନ୍ଦ ସାହୁ, କିଶୋର ସାହୁ, ଅରୁଣ କୁମାର ସାହୁ, ବନଜା ସାହୁ, ସସ୍ମିତା ସାହୁ, ବ୍ରଜେଶ୍ୱରୀ ସାହୁ, ସ୍ୱାତିଶ୍ରୀ ସାହୁ, ଅରୋସ୍ମିତା ସାହୁ ଓ କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *