ଓଡ଼ିଶା

ଅଧ୍ୟାପକ, ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦ୍ୱିତୀୟ ଦିନରେ

ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୭ଦଫା ଦାବିରେ ହାଟଡିହି ବ୍ଲକ ସମ୍ମୁଖରେ ଚାଲିଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସୁରେନ୍ଦ୍ର କୁମାର ପାତ୍ରଙ୍କ ଆବାହକତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ଆଜି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ। ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦାବିପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରିବା ସହିତ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚଲୁ ରହିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଚାଲିବାକୁ ଥିବାବେଳେ ଆଗାମି ୧୭ତାରିଖ ଦିନ ପ୍ରତି ପଞ୍ଚାୟତ ମାନଙ୍କରେ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ। ଗାଁ ଗାଁ ବୁଲି ଶିକ୍ଷକ ଅଧ୍ୟାପକ ମାନେ ସେମାନଙ୍କ ଦାବି ଗୁଡିକ ପ୍ରତି ଅଭିଭାବକ ମାନଙ୍କୁ ଅବଗତ କରାଇବେ ବୋଲି ନିଷ୍ପତି ହୋଇଛି। ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସର ଭୁକ୍ତ କରାଯାଇ ଚାକିରି ସର୍ତ୍ତାବଳୀ ଓ ଅବସର କାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରିବା ଏବଂ ୨୦୧୮ ଅନୁଦାନ ଆଇନିରେ ୪୦, ୬୦ ଓ ୭୫ଶତକଡା ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିର୍ଦ୍ଦେଶପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରିବା, ସରକାର ଦେଇଥିବା ପ୍ରତିଶୃତି ଅନୁଯାଇ ସପ୍ତମ ବେତନ କମିସନ ଲାଗୁ କରିବା ଆଦି ଦାବି କରିଛନ୍ତି। ଆଜିର ଏହି ପ୍ରତିବାଦ ସଭାରେ ସଭାପତି ପୁର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଆବାହକ ସୁରେନ୍ଦ୍ର କୁମାର ପାତ୍ର, ଅଧ୍ୟାପକ ନିରଞ୍ଜନ ଜେନା, ଗୀତାଞ୍ଜଳୀ ପାଢ଼ୀ, ସରୋଜିନୀ ତ୍ରିପାଠୀ, ରଶ୍ମୀରେଖା ସାହୁ, ରେବତୀବାଳା ନାୟକ, ବନଜିନୀ ଦାସ, ପୁରୁଷୋତ୍ତମ ସାହୁ, ରମାକାନ୍ତ ସେଠୀ, ହରେକୃଷ୍ଣ ଭୂୟାଁ, ମନୋଜ କୁମାର ମିଶ୍ର, ନବକିଶୋର ବିଶ୍ୱାଳ, ହରେକୃଷ୍ଣ ବାରିକ, ପ୍ରଫୁଲ କୁମାର ବେହେରା, ମାର୍କଣ୍ଡ ପ୍ରସାଦ ବେହେରା, ବିଜୟ କୁମାର ନାୟକ, ଅକ୍ଷୟ କୁମାର ରାଉତ, ଭରତ ଚନ୍ଦ୍ର ବାରିକ, ନିମାଇଁ ଚରଣ ଜେନା, ଅଭିରାମ ସାହୁ, ସୁବାସ ପାତ୍ର, ରବିନ୍ଦ୍ର ନାଥ ଜେନା, ଦୁସ୍ମନ୍ତ କୁମାର ଦଳେଇ, ମୁକ୍ତିକାନ୍ତ ପଣ୍ଡା, ହୃଷିକେଶ ବାରିକ, ତୁରାମ ହୋ, ରମେଶ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ରାଜ କିଶୋର ବେହେରା, ରବିନ୍ଦ୍ର କୁମାର ମିଶ୍ର, ରବିନ୍ଦ୍ର ନାଥ ସ୍ୱାଇଁ, ଜଗନ୍ନାଥ ବେହେରା, କ୍ଷୀରୋଦ କୁମାର ମହାନ୍ତି, ହୃଦାନନ୍ଦ ପଣ୍ଡା, ନିରୋଦ କୁମାର ମହାନ୍ତି, ଭୀମସେନ ସାହୁ, ଚିତ୍ତରଞ୍ଜନ ମଲ୍ଲିକ, ଅତୁଲ ଚନ୍ଦ୍ର ମହାନ୍ତି, ଆଦିକନ୍ଦ ଘଡେଇଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଅଧ୍ୟାପକ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ବ୍ଲକଗ୍ରାଣ୍ଟ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଠପ ହୋଇଯାଇଛି। ଆଉ ଅଳ୍ପ ଦିନ ଭିତରେ ସାଣ୍ମାଷିକ ପରୀକ୍ଷା ହେବାକୁ ଥିବାବେଳେ କିପରି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡିଯାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top