ଜିଲ୍ଲା ପରିକ୍ରମା

ଅଧ୍ୟାପକ ମିଳିତ ମଞ୍ଚର ବୈଠକ ଯୁକ୍ତ ୨ ଓ ଯୁକ୍ତ ୩ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି

ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ସ୍କୁଲ ଶିକ୍ଷକ, କଲେଜ ଅଧ୍ୟାପକ (୬୬୨ ଓ ୪୮୮ ବର୍ଗ), କର୍ମଚାରୀ ମିଳିତ ମଞ୍ଚର ଏକ ବୈଠକ  ସ୍ଥାନୀୟ ବାଲ୍ଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୬୬୨ ବର୍ଗ କଲେଜ ସଂଘର ଭଦ୍ରକ ଜିଲା ସଭାପତି ଆଦିତ୍ୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ବୈଠକରେ ୬୬୨ ବର୍ଗ କଲେଜ ରାଜ୍ୟ ସଂଘର ସଭାପତି ଗୋଲକ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ପ୍ରତାରଣାକୁ ତୀବ୍ର ସମାଲୋଚନା କରିଥିଲେ । ଦାବି ହାସଲ ପାଇଁ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କଠାରେ ଆପତ୍ତି ଜଣାଇ ଆନେ୍ଦାଳନ କରିଛି । ସରକାରୀ କଳ ସବୁ ସମୟରେ କେବଳ ପ୍ରତିଶ୍ରୁତି ଦେଇ ଠକି ଚାଲିଛି । ଶେଷଥର ଆନେ୍ଦାଳନ ବେଳେ ପୂଣ୍ଣ ର୍ ଅନୁଦାନ ପ୍ରଦାନର ସର୍ତ୍ତ ଭାବେ ଏକ ସତ୍ୟପାଠ କଥାକୁ ଯୋଡାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହା ଦ୍ୱାରା ଆଗାମୀ ଦିନରେ ଶିକ୍ଷକ ଓ ଅଧ୍ୟାପକ ଭବିଷ୍ୟତରେ ନ୍ୟାୟାଳୟର ମାଟି ମାଡି ପାରିବେ ନାହିଁ, ଯାହା କର୍ମଚାରୀଙ୍କ ମୌଳିକ ଅଧିକାରକୁ କ୍ଷୂଣ୍ଣ ର୍ କରୁଛନ୍ତି । ଏହାକୁ ପ୍ରତିବାଦ କରି ପୁନର୍ବାର ମଞ୍ଚ ଆନେ୍ଦାଳନ କରିବା ପରିପ୍ରେକ୍ଷୀରେ ଏବେ ଆରମ୍ଭ ହେବାକୁ ଥିବା ମାଟି୍ରକ ସମେତ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରିବାକୁ ବୈଠକରେ ଶ୍ରୀ ନାୟକ କହିଥିଲେ । ଜିଲା ସଭାପତି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ  ମାଟି୍ରକ ଖାତା ମୂଲ୍ୟାୟନ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ନ ଦେଇ ଆନେ୍ଦାଳନର ପ୍ରଥମ  ପାହାଚ ଚଢିଥିବା କହିଥିଲେ । ଜିଲା ଓଷ୍ଟା ଜିଲା ସଂପାଦକ ପ୍ରଦିପ୍ତ କୁମାର ଦାସ, ୬୬୨ କଲେଜ ସଂଘର ସୁନନ୍ଦ କୁମାର ମହାନ୍ତି, ଅକ୍ଷୟ କୁମାର ଗିରି, ପୀତାମ୍ବର ମଲ୍ଲିକ, ସରୋଜ ସାମଲ, ସୁଶାନ୍ତ ନନ୍ଦ, ଧର୍ମେନ୍ଦ୍ର ନାୟକ, ୪୮୮ ବର୍ଗର ଜୟପ୍ରକାଶ ଦାସ, ନୃସିଂହ ପାଢୀ, ଲକ୍ଷ୍ମୀଧର ଦାସଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top