ଜିଲ୍ଲା ପରିକ୍ରମା

ଅଧିକ ନମ୍ବର ରଖିଥିବା ଛାତ୍ରୀକୁ କଲେଜରେ ସମ୍ବର୍ଦ୍ଧନା, ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ପାଇଁ ଛାତ୍ରୀର ଇଛା

ମାଲକାନଗିରି, ୨୩ା୫ (ଓଡିଆ ପୁଅ ) ଚଳିତ ବର୍ଷ ମାଟ୍ରୀକ ଓ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ସମଗ୍ର ରାଜ୍ୟରେ ଆଶାନୁରୁପ ହୋଇ ନଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଗରିବ ଆଦିବାସୀ ଛାତ୍ରୀ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ କଲେଜରେ ଅଧିକ ନମ୍ବର ରଖି ପାସ କରିଥିବାରୁ କଲେଜ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାସଦର ମହକୁମାସ୍ଥ ଓମ ଭୁଃବସ୍ୱଃ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ ବୃନ୍ଧାବତୀ ଖରା ୭୮ପ୍ରତିଶତ ନମ୍ବର ରଖି କଲେଜର ସୁନାମ ଆର୍ଜନ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଳ ପ୍ରତକାଶିତ ହେବାପରେ ୭୮ ପ୍ରତିଶତ ନମ୍ବର ରଖିଥିବା କଲେଜର ଟପର ଛାତ୍ରୀ ବୃନ୍ଦାବତୀ ଖରାଙ୍କୁ କଲେଜ ପକ୍ଷରୁ ସମ୍ବର୍ଧନା ଦିଆଯାଇ ଖୁସିରେ ମିଷ୍ଟାନ ବଣ୍ଟନ କରାଯାଇଥିଲା। ମହାବିଦ୍ୟାଳୟ ପରିସରରେ କଲେଜ ପରିଚାଳନା ଦାଇତ୍ୱରେ ଥିବା ନିର୍ଦ୍ଦେଶକ ଜୟନ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଟ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ କଲେଜର ଟପର ଛାତ୍ରୀ ବୃନ୍ଦାଖରାଙ୍କୁ ମିଷ୍ଟାନ ଖୁଆଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହିତ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ। ଏହି ସଭାରେ ଛାତ୍ରୀ ବୃନ୍ଦାଙ୍କ ଭାଇ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ବିମଲ କୁମାର ସେଠୀ, ରାଜକୁମାର ବିଶ୍ୱାସ, ଜବହାରଲାଲ ସରକାର, ଗୌତମ ଦାସ, ଦୁର୍ଯ୍ୟୋଧନ ସାମନ୍ତାରାୟ, ସୁଧାଶୁଂ ଚୌଧୁରୀ, ସୁଷମା ମହାପାତ୍ର, ଶୁଶିଳା ଚାଲାଣ, ଅଜୟ ବିଶ୍ୱାସ ପ୍ରମୁଖ ଯୋଗଦେଇ ଉକ୍ତ ଛାତ୍ରୀଙ୍କୁ ବଧେଇ ଜଣାଇ ସ୍ୱାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ।

ଓମଭୁଃବସ୍ୱ ଆହାସିକ ବିଦ୍ୟାଳୟର ଛାତ୍ରୀ ଜଣେ ମେଧାବୀ, ସେ ଆଗରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି। ତାଙ୍କ ନିଜ ଘର ଖଇରପୁଟ ଅଚଂଳରେ ତାଙ୍କବାପା ଚୈତନ୍ୟ ଖରା ଜଣେ ଅବସରପ୍ରାପ୍ତ ଶିକ୍ଷକ, ମଧ୍ୟବିତ ପରିବାର ହୋଇଥିଲେବି ବୃନ୍ଦାଙ୍କ ପାଠପଢିବାର ଇଛାଦେଖି ତାଙ୍କୁ ବିଜ୍ଞାନ ପଢାଇଲେ, ବୃନ୍ଦାମଧ୍ୟ ବାପାଙ୍କ ସ୍ୱପ୍ନକୁ ସାକାର କରି କଲେଜରେ ଅଧିକ ନମ୍ବର ରଖି ପାସ କରିଛନ୍ତି। ସେ ଖଇରପୁଟ ହାଇସସ୍କୁଲରେ ମାଟ୍ରୀକ ପରୀକ୍ଷାରେ ୮୬ପ୍ରତିଶତ ନମ୍ବର ରଖି ପାସ କରିଥିଲେ।କଟକ ଠାରେ ଆୟୋଜିତ ମାଟ୍ରୀକ ଚାମ୍ପିୟାନରେ ଭାଗନେଇ ପୁରସ୍କୃତ ହୋଇଥିଲେ। ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗରିବ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗଇଦେବା ପାଇଁ ଇଛାରଖିଛନ୍ତି। ସେ ନିଟ, ଓୟୁଏଟି ପରୀକ୍ଷା ଦେଇଛନ୍ତି। ଏବେ ନାଇଜର ପରୀକ୍ଷା ଦେବାପାଇଁ ପ୍ରସ୍ତୁତି ହେଉଛନ୍ତି। ବୃନ୍ଦାଙ୍କ ନିଜ ପୈତୃକ ଗାଁ ବୈପାରିଗୁଡା ବୀରଖମ୍ବ ଠାକୁର ଙ୍କ ଗାଁ ଧଉଡାଗୁଡା ଗ୍ରାମରେ ସେ ପ୍ରଥମ କଲେଜରେ ବିଜ୍ଞାନ ପାଠପଢିଥିବା ଛାତ୍ରୀ, ବୃନ୍ଦା ଭଲନମ୍ବର ରଖି ଯୁକ୍ତଦୁଇ ବିଜ୍ଞାନ ପାସକରିଥିବାରୁ ତାଙ୍କଗାଁରେ ଖୁସିର ଲହରି ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top