ଅଧିକାରରୁ ବଞ୍ଚିତ ମେହେନ୍ତରମାନଙ୍କର ଆନ୍ଦୋଳନ ଧମକ

ଭୁବନେଶ୍ୱର, ତା ୦୧.୦୯ (ଓଡ଼ିଆ ପୁଅ) : ଦୀର୍ଘ ବର୍ଷ ଧରି ମେହେନ୍ତରମାନଙ୍କୁ ରାଜ୍ୟ ସରକାର ଅଣଦେଖାକରିବା ତଥା ଏମାନେ ଜାତିଗତ ପ୍ରମାଣପତ୍ର ନ ପାଇ ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବା ଏବଂ ଏ ସମ୍ପର୍କରେ ବାରମ୍ବାର ସରକାରଙ୍କୁ ଅବଗତ କରାଗଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାର ପ୍ରତିବାଦରେ ରାଜ୍ୟର ମେହେନ୍ତରମାନେ ଆସନ୍ତା ତା ୦୬.୦୯.୨୦୧୮ରିଖ ଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ ଜଣାଇଛନ୍ତି କି ତା ୦୮-୧୧-୧୯୯୯ରିଖଠାରୁ ଅନୁସୂଚିତ ଜାତି, ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ତଥା ମେହେନ୍ତରମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦ୍ୱରା ରାଜ୍ୟର ୨୦ ଲକ୍ଷ ମେହେନ୍ତର ଅନୁସୂଚିତ ଜାତି ତାଲିକାରୁ ବାଦ୍ ପଡ଼ିଛନ୍ତି। ଏମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବାବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବା ପ୍ରତିବାଦରେ ତା ୦୬-୦୯-୨୦୧୮ରିଖ ଠାରୁ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ଧାରଣା ଦାବି ପୂରଣ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଶ୍ରୀ ନାୟକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *