ଅପରାଧ

ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି ଅଙ୍ଗନୱାଡି ଗୃହ ନିର୍ମାଣ, ପରଘର ବାରଣ୍ଡାରେ ଚାଲିଛି ପ୍ରାକ୍ ଶିକ୍ଷାଦାନ

ହରିଚନ୍ଦନପୁର, ତା୨୬ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିଡାଗୋଠ ଗ୍ରାମରେ ଆଜକୁ ଅନେକ ବର୍ଷ ହେବ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି ଅଙ୍ଗନୱାଡି କେନ୍ଦ୍ର ଗୃହ ପରଘର ବାରଣ୍ଡାରେ ଚାଲିଛି ପ୍ରାକ୍ ଶିକ୍ଷାଦାନ। ସୂଚନା ଅନୁଯାୟୀ ଗତ ୪ବର୍ଷରୁ ଉର୍ଦ୍ଧ ହେବ ହରିଡାଗୋଠ ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ରର ମାନ୍ୟତା ପାଇଥିଲା। ତାହାକୁ ନେଇ ଅଙ୍ଗନୱାଡି କର୍ମୀ ମନ୍ଦୋଦରୀ ମୁଣ୍ଡା ଓ ପାଚିକା ଭାବରେ ରଇବାରୀ ମୁଣ୍ଡାଙ୍କୁ ସରକାରୀସ୍ତରରେ ନିୟୋଜିତ କରା ଯାଇଥିବାର ଜଣାପଡିଛି। ଅଙ୍ଗନୱାଡି ଗୃହ ନଥିବାକୁ ନେଇ ୧ବର୍ଷରୁ ଉଦ୍ଧ୍ୱ ହେବ ଗ୍ରାମ ନିକଟରେ ଥିବା କ୍ଲବ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିଲା। ସେଠାରେ କୈାଣସି ପ୍ରକାରର ଅସୁବିଧାକୁ ନେଇ ଆଜକୁ ୩ବର୍ଷରୁ ଉର୍ଦ୍ଧ ହେବ ପାଚିକା ରଇବାରୀ ମୁଣ୍ଡାଙ୍କ ଘର ବାରଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିବାର ନଜରକୁ ଆସିଛି। ଅଙ୍ଗନୱାଡି କେନ୍ଦ୍ର ଗୃହ ନଥିବାକୁ ନେଇ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ନୂତନ ଗୃହ ନିର୍ମାଣର ଯୋଜନା କରାଯାଇଥିଲା। ଖବର ନେବାରୁ ଜଣାପଡିଛି କି ଗତ ୨୦୧୬/୧୭ ମସିହା ନୂତନ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ନିମନ୍ତେ ସରକାରଙ୍କ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଥା ତରଫରୁ ୭ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। ଗୃହ ନିର୍ମାଣକୁ ନେଇ ଗ୍ରାମ୍ୟ ଉନ୍ନୟନ ସସ୍ଥା ତରଫରୁ ହରିଚନ୍ଦନପୁର ଅଞ୍ଚଳର ଜଣେ ଦୈନିକ ଠିକାଦାରଙ୍କୁ କାର୍ଯ୍ୟଟି ହସ୍ତାନ୍ତର କରାଯାଇଥିବାର ଜଣାପଡିଛି। ଠିକାଦାର ଜଣଙ୍କ ବିଭାଗୀୟ ସରକାରୀ ବାବୁ ମାନଙ୍କ ସହ ସଲାସୁତରା କରି କାର୍ଯ୍ୟଟିକୁ ନିଜ ହାତକୁ ହାତେଇ ନେଇଥିଲେ ଓ ଗୃହ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିଥିଲେ। ଗୃହ ନିର୍ମାଣ କାର୍ଯ୍ୟଟିକୁ ଆଜକୁ ୧ବର୍ଷରୁ ଉର୍ଦ୍ଧ ହେବ ଝରକା ପ୍ରର୍ଯ୍ୟନ୍ତ କରି ଅଧପାନ୍ତରିଆ ଅବସ୍ଥାରେ ପକାଇ ଦେଇଥିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉବାବଦକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆଣିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇନାହିଁ। ବର୍ତମାନ ବର୍ଷା ଲାଗିରହିଥିବାକୁ ନେଇ ବାରଣ୍ଡାରେ ଶିକ୍ଷାଦାନର ଅନେକ ଅସୁବିଧା ଦେଖାଯିବା ସହ ରୋଷେଇ କରି ଛୋଟ ଛୋଟ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବାର ଦୃଶ୍ୟମାନ ହୋଇଛି। ଅଙ୍ଗନୱାଡି କେନ୍ଦ୍ରର ଗୃହ ନଥିବାକୁ ନେଇ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ କେନ୍ଦ୍ରକୁ ପଠାଇବା ପାଇଁ କୁଣ୍ଠାବୋଧ କରୁଥିବା ସହ ବାରଣ୍ଡାରେ ଶିକ୍ଷାଦାନ କରିବା ପାଇଁ ଛୋଟ ଛୋଟ ଶିଶୁମାନେ ଇଚ୍ଛାପ୍ରକାଶ କରୁନଥିବାର ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚକତୃପକ୍ଷ ଦୃଷ୍ଟି ଦେଇ ଯଥାଶିଘ୍ର ଗୃହ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଇବାକୁ ହରିଡାଗୋଠ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top