ଅଦିନିଆ ବର୍ଷାରେ ଫସଲ ନଷ୍ଟ-ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ, ୨୧/୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଅଦିନିଆ ବର୍ଷା ଅମଳ ହୋଇଥିବା ଫସଲକୁ ଉଜାଡି ଦେବା କାରଣରୁ ହତାଶ ହୋଇ ଜଣେ ଚାଷି ଆଜି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।ଯଥେଷ୍ଟ ପୂର୍ବରୁ ଏଥିପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଶାସନ ତଥା କୃଷି ବିଭାଗକୁ ନିର୍ଦ୍ଦେଶ ଆସିଥିଲେ ବି ଏହା ଉପରେ ଗୁରୁତ୍ୱ ଦିଆ ଯାଇ ନ ଥିବା ଆଜିର ଘଟଣାରୁ ପ୍ରମାଣିତ ହୋଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କେ.ନୂଆଗାଁ ବ୍ଲ୍କର ଆଡିମାହା ପଂଚାୟତର ଲଙ୍କାମୁଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପର୍ଶୁରାମ ମଲିକ ନାମକ ଜଣେ ଚାଷୀ ତାଙ୍କର ୫ ଏକର ଜମିରେ ଫଳାଇଥିବା ଧାନ ବର୍ଷା ପାଣିରେ ନଷ୍ଟ ହୋଇଯାଇ ଥିବାରୁ କୀଟନାଶକ ପିଇ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି। ପର୍ଶୁରାମଙ୍କ ୫ ଏକର ଜମି ରହିଛି। ସେ ଗତ କିଛି ଦିନ ତଳେ ଧାନ ଅମଳ କରି ରଖିବା ପାଇଁ ସ୍ଥାନ ନ ଥିବାରୁ ନିଜ ବିଲରେ ରଖିଥିଲେ। ହେଲେ ସପ୍ତାହରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ତାଙ୍କ ସୁନାର ଫସଲକୁ ନଷ୍ଟ କରିଦେଇଛି ବୋଲି ପର୍ଶୁରାମ କହିଛନ୍ତି। ବିଲରେ ସେ ରକିଥିବା ଧାନରୁ ବର୍ଷାରେ ଗଜା ବାହାର ଯାଇଛି। ଏହା ଦେଖି ସେ ହତାଶ ହୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ସକାଳେ ସେ ବିଲକୁ ବୁଲିବା ପାଇଁ ଯାଇଥିଲେ। ତେବେ ଅନେକ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କ ସ୍ତ୍ରୀ ଶା୍ରବଣୀ ତାଙ୍କୁ ଖୋଜିବାକିୁ ଯାଇଥିଲେ। ସେଠାରେ ସେ ପଡି ଛଟପଟ ହେଥିବା ଶ୍ରାବଣୀ ଦେଖିଥିଲେ। ଏହା ପରେ ଗାଁ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।ସେ ଏବେ ଏଠାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପରେ ଅବସ୍ଥାରେ ସୁଧାର ଆସୁଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିାକରୀ ଡଃ ସ୍ୱପ୍ନେଶ୍ୱର ଗଡନାୟକ ସୂଚନା ଦେଇଛନ୍ତି। ତେବେ ଲଗାଣ ବର୍ଷା ସମୟରେ ଅମଳ ଧାନକୁ ରଖିବା ପାଇଁ କେବଳ ସଚେତନତା ବ୍ୟତୂୀତ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ଅନ୍ୟ କୈାଣସି ସହଯୋଗ କରାଯାଇ ନ ଥିବାରୁ ତାଙ୍କ ଫସଲ ନଷ୍ଟ ହୋଇଗଲା ବୋଲି ପର୍ଶୁରାମ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *