ଓଡ଼ିଶା

ଅତୀତର ଅଣଦେଖା ପରିବର୍ତ୍ତେ ମୋଦି ସରକାର ଓଡିଶାର ରେଳବିକାଶକୁ ଦେଇଛନ୍ତି ଯଥେଷ୍ଟ ଗୁରୁତ୍ୱ-ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରା ପୂର୍ବରୁ ନୂଆ ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଅନେକ ରେଳଯାତ୍ରୀ ସୁବିଧାର ଲୋକାର୍ପଣ
– ନୂଆ ଭୁବନେଶ୍ୱର ରେଳ ଷ୍ଟେସନ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ୬ ମିଟର ଚଉଡା ଫୁଟ ଓଭର ବ୍ରିଜର ଶୁଭ ଉଦଘାଟନ
-ଭିଡିଓ କନଫରେନଂସି ଯୋଗେ ଖୋର୍ଦ୍ଦାରୋଡ ଷ୍ଟେସନ ଠାରେ ନୂତନ ମେମୁ ସେଡ ଓ ପୁରୀର ବଗଳା ଧର୍ମଶାଳା ଠାରେ ନୂତନ ଟିକେଟ କାଉଟଂରର ଶୁଭ ଉଦଘାଟନ
-ରେଳ ଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା ମୋବାଇଲ ଆପ୍ ର ଲୋକାର୍ପଣ
– ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷରେ ଓଡିଶାକୁ ୪୧୯୦ କୋଟି ମିଳିଥିବା ବେଳେ ଗତ ୪ ବର୍ଷରେ ଓଡିଶାକୁ ରେଳବିକାଶ ପାଇଁ ମୋଦି ସରକାର ୨୦, ୨୧୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି

ଭୁବନେଶ୍ୱର, ୭ ଜୁଲାଇ(ଓଡ଼ିଆ ପୁଅ)-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପୂର୍ବରୁ ରେଳବିଭାଗ ଓ ଭାରତ ସରକାରଙ୍କ ପକ୍ଷରୁ ୫ଟି କଲ୍ୟାଣକାରୀ ରେଳ ପ୍ରକଳ୍ପର ଲୋକାର୍ପଣ କରି ଏହା ରଥଯାତ୍ରା ଓ ଓଡିଶାର ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ଆହୁରି ସହଜ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଉପକଣ୍ଠରେ ଆଉ ଏକ ରେଳ ଷ୍ଟେସନର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହି ଉଦଘାଟନ ପରେ ନୂଆ ଭୁବନେଶ୍ୱରରୁ ମୂଳ ଭୁବନେଶ୍ୱର ଷ୍ଟସନକୁ ଟ୍ରେନ ଯୋଗେ ଆସିବା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ୬ ମିଟର ଚଉଡା ଫୁଟ ଓଭର ବ୍ରିଜର ଶୁଭ ଉଦଘାଟନ କରିଛନ୍ତି।

ଏହାସହ ଭିଡିଓ କନଫରେନଂସି ଯୋଗେ ଖୋର୍ଦ୍ଦାରୋଡ ଷ୍ଟେସନ ଠାରେ ନୂତନ ମେମୁ ସେଡ ଓ ପୁରୀର ବଗଳା ଧର୍ମଶାଳା ଠାରେ ନୂତନ ଟିକେଟ କାଉଟଂରର ଶୁଭ ଉଦଘାଟନ ସହ ଏକ ସ୍ୱତନ୍ତ୍ର ଆପର ଲୋକାର୍ପଣ କରିଛନ୍ତି ଶ୍ରୀ ପ୍ରଧାନ।

ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏହି ସବୁ ଉପହାର ଓଡିଶାକୁ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁସ ଗୋଏଲଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରିଛନ୍ତି ଶ୍ରୀ ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଏ ପଯ୍ୟନ୍ତ ରେଳ ବିଭାଗ କେବଳ ରେଳଭଡା ଓ ମାଲଭଡା ନେଉଥିଲା। ଅତୀତରେ ରେଳ ବିଭାଗ ଓଡିଶାକୁ ଅଣଦେଖା କରି ଆସୁଥିଲା। ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷରେ ଓଡିଶାକୁ ୪୧୯୦ କୋଟି ମିଳିଥିବା ବେଳେ ଗତ ୪ ବର୍ଷରେ ଓଡିଶାକୁ ୨୦, ୨୧୩ କୋଟି ଟଙ୍କା ମିଳିଛି। ଗତଦିନ

ମାନଙ୍କରେ ଓଡିଶାକୁ ଯେଉଁ ଅଣଦେଖା କରାଯାଇଥିଲା ଏହାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁସ ଗୋଏଲ ଦାୟିତ୍ୱ ନେଇଛନ୍ତି। ରାଜ୍ୟ ସରକାର ଜମିଜମି ସାହାଯ୍ୟ ପାଇଁ ହାତ ବଢାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସହର ବଢୁଥିବା ବେଳେ ଏଠାରେ ଆଉ ଏକ ଷ୍ଟେସନ ଅପେକ୍ଷାରେ ଲୋକମାନେ ରହିଥିଲେ। ଏହି ଷ୍ଟେସନ ଫଳରେ ବାରଙ୍ଗ-ଚନ୍ଦ୍ରଶେଖରପୁର ସହ ଆଖପାଖ ଅଂଚଳର ଲୋକଙ୍କୁ ଆଉ ମୂଳ ଷ୍ଟେସନକୁ ଯିବାକୁ ପଡିବ ନାହିଁ। ଦକ୍ଷିଣକୁ ଯାଉଥିବା ଟ୍ରେନ ଗୁଡିକ ଏହିଠାରୁ ଯାତାୟତ ଆରମ୍ଭ କରିବ। ଏହି ଷ୍ଟେସନ ଫଳରେ ଏଠି ଚା ବିକି ମଧ୍ୟ କିଏ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବ। ଏଠାରେ ବିକାଶ ଓ ସୌଭାଗ୍ୟ ଆଣିଦେବ। ଏଠାରେ ବେପାର ବଣିଜ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବାରଙ୍ଗ, ଭୁବନେଶ୍ୱର, ମଂଚେଶ୍ୱର, ବାଣୀବିହାର, ନୂଆ ଭୁବନେଶ୍ୱର, କଟକରୁ ପୁରୀ, କଟକରୁ ଖୋର୍ଦ୍ଦା ମଧ୍ୟରେ ଅଧିକ ଟ୍ରେନ ଚଳାଚଳ କରିବ ଓ ଯାତାୟତ କରିବ। ସେହିପରି ମୂଳ ଷ୍ଟେସନରେ ଅଧିକ ସୁବିଧା ଦିଆଗଲେ ଭଲ ହେବ। ମେମୁ ଟ୍ରେନ ଚଳାଚଳ ଫଳରେ ତାଳଚେର, ଅନୁଗୋଳ, ପୁରୀ ଓ କଟକ ମଧ୍ୟରେ ସମସ୍ତ ସୁବିଧା ହୋଇପାରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୁରୀକୁ ଦେଶବିଦେଶରୁ ଯାତ୍ରୀ ଆସୁଥିବା ହେତୁ ବଡଦାଣ୍ଡ ନିକଟରେ ଏକ କାଉଂଟର ଖୋଲିବା ପାଇଁ ଦାବି ହେଉଥିବା ବେଳେ ତାହା ଆଜି ପୂରଣ ହୋଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ନୂଆ ଷ୍ଟେସନ ବାରଙ୍ଗ ଦେଇ ଆସିବା ପାଇଁ ଅଧିକ ଅଢେଇ କିଲୋମିଟର ବୁଲିବାକୁ ପଡୁଛି। ନନ୍ଦନକାନନ ଗେଟରୁ ସିଧାସିଧା ନୂଆ ଷ୍ଟେସନକୁ ରାସ୍ତା ପାଇଁ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଜମି ମିଳିଲେ ରେଳ ବିଭାଗ ତାର ଦାୟିତ୍ୱ ତୁଲାଇବ। ରାଜ୍ୟ ସରକାର ସହଯୋଗ ହାତ ବଢାଇଲେ ଅନକେ ଗୁଡାଏ ଜନକଲ୍ୟାଣ କାମ ରାଜ୍ୟରେ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତବର୍ଷ ରଥଯାତ୍ରାରେ ୧୮୦ଟି ସ୍ପେଶାଲ ଟ୍ରେନ ଚଳାଚଳ କରିଥିବା ବେଳେ ଏବର୍ଷ ଏହା ୧୮୪ କରାଯାଇଛି। ତେବେ ଆଉ ଦୁଇ ତିନୋଟି ଟ୍ରେନ ଚଳାଚଳ କଲେ ସୁବିଧା ହେବ ବୋଲି ରେଳବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ସେହିପରି ଓଡିଶା ପ୍ରଥମ ଭାଷା ଭିତିକ ରାଜ୍ୟ ହୋଇଥିବା ହେତୁ ନିଉ ବଦଳରେ ଏହାକୁ ତୁରନ୍ତ ନୂଆ ଭୁବନେଶ୍ୱର ଷ୍ଟେସନ ନାମରେ ନାମିତ କରିବାକୁ ସେ ରେଳବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top