ପାରଳାଖେମୁଣ୍ଡି, ୨୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିକୁ ରାଜ୍ୟ ମାନବ ଅଧିକାର ସୁରକ୍ଷା କମିଶନ ବିଭାଗର ଅତିରିକ୍ତ ପୋଲିସ ମହାନିନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଗସ୍ତରେ ଆସିଛନ୍ତି। ସେ ଆସିବା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଜିଲା ଆରକ୍ଷି ଅଧିକ୍ଷକ ଅମୁଲ୍ୟ କୁମାର ଦାସ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ସେ ଜିଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ପହଞ୍ଚିବା ପରେ ପ୍ରଥମେ ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ତାକୁ ଅନୁଧ୍ୟାନ କରିଥିଲେ। ସେହିପରି ଜିଲାର ବିଭିନ୍ନ ଥାନାର ତଥ୍ୟ ସଂଗ୍ରହ କରିବା ସହ ପୋଲିସର ବିଭିନ୍ନ କାର୍ଯ୍ୟକାରିତା ଉପରେ ସେ ଅନୁଧ୍ୟାନ କରିଥିବାର ସୂଚନା ମିଳିଛି।

Loading...