ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଜରାନିବାସ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ଆଇ.ସି.ଆଇ.ସି ଆଇ.ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଶୀତବସ୍ତ୍ର (କମ୍ବଳ) ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର (ଖରିନାସି)ସ୍ଥିତ ଜରାନିବାସର ୨୫ ଜଣ ଅନ୍ତେବାସୀମାନଙ୍କୁ ବିତରଣ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଆଇ.ସି.ଆଇ.ସି ଆଇ.ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ସୈାମେନ୍ଦ୍ର ବେହେରା, ତୃପ୍ତିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ମାସକ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏହି ଜରାନିବାସକୁ ପରିଦର୍ଶନରେ ଯାଇଥିବା ବେଳେ ଜରାନିବାସର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ସେହି ଅନୁଯାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ସେହି ଅନୁଯାଇ ଆଇ.ସି.ଆଇ.ସି ଆଇ.ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା କମ୍ବଳ ଗୁଡିକୁ ଜରାନିବାସର ଅନ୍ତେବାସୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *