ଓଡ଼ିଶା

ଅତାବିରା ଓ ହିନ୍ଦୋଳ ପୌରପରିଷଦ ନିର୍ବାଚନ ପ୍ରସଙ୍ଗରେ: ଏହା ସ୍ୱାଭାବିକ ଜନମତର ପ୍ରତିଫଳନ ନୁହେଁ: ବିଜେପି

– ରାଜ୍ୟ ବିଜେପି ବିନମ୍ରତାର ସହ ଜନମତକୁ ସମ୍ମାନ ଜଣାଉଛି
– ଫଳାଫଳ ହେଉଛି ଶାସକ ବିଜେଡି ଓ ଅସାଧୁ କର୍ମଚାରୀଙ୍କ ମେଂଟର ପ୍ରତିଫଳନ
– ଓଡିଶାର ସଂପୂର୍ଣ୍ଣ ଜମମତ ସହ ଏହାକୁ ତୁଳନା କରଯାଇ ପାରିବ ନାହିଁ
– ବ୍ଲାକରୋଜ ଘଟଣାର ତଦନ୍ତ ନକରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ବ୍ୟକ୍ତିକୁ ସୁରକ୍ଷା ଦେଉଛନ୍ତି

ଭୁବନେଶ୍ୱର, ତା୦୫/୦୪ (ଓଡ଼ିଆ ପୁଅ) : ରାଜ୍ୟ ବିଜେପି ବିନମ୍ରତାର ସହ ଅତାବିରା ଓ ହିନ୍ଦୋଳ ପୌରପରିଷଦର ଜନମତକୁ ସମ୍ମାନ ଜଣାଉଛି। ଏହି ଜନମତ କଂଗ୍ରେସ ବିରୁଦ୍ଧରେ ଯାଇଛି। ଏହି ପୌରପରିଷଦ ନିର୍ବାଚନ ଫଳାଫଳ ହେଉଛି ଶାସକ ବିଜେଡି ଓ ଅସାଧୁ କର୍ମଚାରୀଙ୍କ ମେଂଟ। ଯେହେତୁ ବିରୋଧୀ ଗୋଷ୍ଠୀର ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଜେଡି ସରକାର କାର୍ଯ୍ୟକରିବାକୁ ଦେଉନାହିଁ ତେଣୁ ଭୋଟରମାନେ କଂଗ୍ରେସକୁ ହରାଇ ବାଧ୍ୟ ହୋଇ ବିଜେଡିକୁ ଭୋଟ ଦେଇଥିବା ଅନୁମାନ କରାଯାଉଛି। ଏହା ସ୍ୱାଭାବିକ ଜନମତର ପ୍ରତିଫଳନ ନୁହେଁ। ଓଡିଶାର ସଂପୂର୍ଣ୍ଣ ଜମମତ ସହ ଏହାକୁ ତୁଳନା କରଯାଇ ପାରିବ ନାହିଁ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ଶାସକ ବିଜେଡି ଏହି ନିର୍ବାଚନରେ ଏକ ପ୍ରକାର ଅସାଧୁ ମେଂଟ କରି ଜନମତ ହାତେଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଅସାଧୁ ଲୋକଙ୍କ ସହ ହାତ ମିଳାଇ ସେମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଉପରେ ଲାଂଚ ମାଗିବା ଅଭିଯୋଗ ଥିଲେ ବି ଆଜି ପର୍ଯ୍ୟନ୍ତ ତାହା ତଦନ୍ତ ପରିସରଭୃକ୍ତ ହେଲାନାହିଁ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳର ଯୁବସଙ୍ଗଠନର ଜିଲ୍ଲା ସଭାପତି ଖଣି ମାଫିଆଙ୍କ ଗ୍ୟାଙ୍ଗ ୱାରରେ ଦିନ ଦ୍ୱିପ୍ରହରରେ ବଳି ପଡିଲେ। ଶାସକ ବିଜେଡି ଦଳର ଯୁବସଭାପତିଙ୍କୁ ହତ୍ୟାକରିଥିବା ଅପରାଧୀମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ଏହି ଘଟଣାରୁ ଜିଲ୍ଲାରେ ସରକାରୀ କର୍ମଚାରୀ ଓ ଅସାମଜିକ ବ୍ୟକ୍ତିଙ୍କ ଆସାଧୁ ମେଂଟର କାର୍ଯ୍ୟକାରିତାକୁ ସ୍ପଷ୍ଟ କରିଦେଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ମୁଖ୍ୟମନ୍ତ୍ରୀ କେବଳ ଅସାଧୁ ଏବଂ ଭ୍ରଷ୍ଟାଚାରରେ ଲିପ୍ତଥିବା ବ୍ୟାକ୍ତିମାନଙ୍କୁ ହିଁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି। ଏହାକୁ ବିଜେପି ବିରୋଧ କରୁଛି। ବିଧାୟିକା ସୀମାରାଣୀ ନାୟକ ଲାଂଚ ମାଗିବା ଘଟଣାରେ ଭଜିିଲାନ୍ସର ତଦନ୍ତ ପରେ ବି କାହିଁକି ସତ୍ୟ ସାମ୍ନାକୁ ଆସୁନି ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଛନ୍ତି।

ସେହିପରି ବ୍ଲାକରୋଜ ଘଟଣାରେ ସଂପୃକ୍ତଥିବା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ସୂର୍ଯ୍ୟନାରାୟଣ ଦାସଙ୍କ ସହ ମୁଖ୍ୟମନ୍ତ୍ରୀ ଗାଡିରେ ବୁଲି ଫଟୋ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବ୍ଲାକରୋଜ ଘଟଣାର ତଦନ୍ତ ନକରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ବ୍ୟକ୍ତିକୁ ସୁରକ୍ଷା ଦେଉଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top