ଅଣ୍ଟା ଭିଡ଼ିଲେ ମହିଳା ମଦ ବେପାରୀକୁ ପାନେ ଦେଇ ପୋଲିସ ହାତରେ ଧରାଇଲେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା

– ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ସହିତ ମଦ ବେପାରୀଙ୍କର ଚାଲିଥିଲା ମଧୁଚନ୍ଦ୍ରିକା

ତୁରୁମୁଙ୍ଗା ୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) ଦୀର୍ଘଦିନର ସଂଘର୍ଷର ଅବସାଦ ଘଟିଛି। ଶେଷରେ ମହିଳାମାନେ ଏକାଠି ହୋଇ ପୋଲିସ ହାତରେ ମଦବେପାରିଙ୍କୁ ଧରାଇଛନ୍ତି। ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଧିନ ରେଙ୍ଗାଳବେଡା ଢ଼ାବା ରେ। ଆଗରୁ ବହୁବାର ଢ଼ାବାରେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଥିଲେ ହେଁ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉଥିଲେ ଶେଷରେ ବାଧ୍ୟ ହୋଇ ରେଙ୍ଗାଳବେଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଆଜି ଏକାଠି ହୋଇ ଅପରାହ୍ନରେ ଢ଼ାବା ଏବଂ ଗୋଦାମ ଉପରେ ଚଢ଼ାଉ କରି ଅଭିନବ ଉପାୟରେ ସମସ୍ତ ମଦବୋତଲକୁ ଗୋଦାମରୁ ଆଣି ଢ଼ାବା ସମ୍ମୁଖରେ ଲମ୍ବା ଲାଇନରେ ରଖି ପ୍ରତିବାଦ କରି ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିଲେ। ହେଲେ ପ୍ରତିବାଦର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଁଚି ନ ଥିବାରୁ କିଛି ସମୟ ଉତ୍ତେଜନା ଲାଗି ରହିଥିଲା। ପରେ ଥାନା ଏସ ଆଇ ଶୁଶିଳା ବାର୍ଲା ଏ ଏସ ଆଇ ବିପିନ ବିହାରୀ ବାରିକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ହେଲେ ମହିଳାମାନେ ନିଜ ଜିଦରେ ଅଟଳ ରହିଥିଲେ ପରେ ତୁରୁମୁଙ୍ଗା ଥାନା ଅଧିକାରୀ ସତ୍ୟଜିତ ଦାସ ଘଟଣା ସ୍ଥଳରେ ପହଞ୍ଚି ଗୋଦାମ ଗୃହ ରୁ ୫୨ ପେଟି ମଦ ଜବତ କରି ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ସହିତ ଢ଼ାବା ମାଲିକ ରାଜନ ଦାସ ଓ ଘର ମାଲିକ ଭାଗବତ ମହାନ୍ତକୁ ଗିରଫ କରି ତୁରୁମୁଙ୍ଗା ଥାନା କେସ ନମ୍ବର ୫୦/୨୦୧୮ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି। ଅନ୍ୟ ପଟେ ମହିଳାମାନେ ଆଗକୁ ଏ ଅଞ୍ଚଳରେ ମଦ ବିକ୍ରିକୁ ବନ୍ଦ କରାଇବା ପାଇଁ ଘଟଣା ସ୍ଥଳରେ ଲିଖିତ ଭାବେ ଥାନା ଅଧିକାରୀଙ୍କୁ ଦେଇଥିବା ଜଣାପଡିଛି। ହେଲେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଉଠୁଛି ଏତେ ପରିମାଣର ମଦ ଆଗରୁ ବେଆଇନ ଭାବେ ବିକ୍ରି ହେଉଥିଲେ ହେଁ କାହିଁକି ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଚୁପ ବସିଥିଲେ। ଅନ୍ୟ ପଟେ ମହିଳାଙ୍କ ଏପରି କାମକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି।

Leave a Reply

Your email address will not be published. Required fields are marked *