ଜିଲ୍ଲା ପରିକ୍ରମା

ଅଣସଂଙ୍ଗଠିତ ଶ୍ରମିକ ଶୈକ୍ଷିକ ବିକାଶ କର୍ମଶାଳା

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ରାଷ୍ଟୀ୍ରୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନଏବଂ ଉକ୍ôଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ସଂଯୁକ୍ତ ପରିଚାଳନାରେ ଆଇଡିଏଲ ସମାଜ ମଙ୍ଗଳ କେନ୍ଦ୍ରରେ ଦୀର୍ଘ ୨ଦିନ ଧରି ପୃଥକ ପୃଥକ ଭାବେ ନବକୃଷ୍ଣନଗର, ଭଂଜ କଲୋନୀ, ଗୋପବନ୍ଧୁ ନଗର, ବାଲିଯୋଡ଼ି ଠାରେ କର୍ମଜୀବୀ ମହିଳା ଓ ଅଣସଙ୍ଗଠିତ ଶ୍ରମିକ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସାଧାରଣ ସମ୍ପାଦକ ଅରୁଣ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଂପୃକ୍ତ ଶ୍ରମିକ ଶୈକ୍ଷିକ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଆଇଡ଼ିଏଲ ଏକସପ୍ଲୋସିଭର ବରିଷ୍ଠ ମହାପ୍ରବଦ୍ଧକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡ଼ାକ୍ତର ରାହାସ ବିହାରୀ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ପ୍ରଶାସକ ତପନ କୁମାର ବରାଳ, ଜେ.ପି.ଏନ୍ ମିଶ୍ର, ଅଜିତ ଚୋବେ, କଳିକା ଅନୁଷ୍ଠାନର ସମ୍ପାଦକ ଧନେଶ୍ୱର ସାହୁ ଯୋଗ ଦେଇଥିଲେ। ସମଗ୍ର ଭାରତ ବର୍ଷରେ ମାତ୍ର ୩ ପ୍ରତିଶତ ଲୋକ ସରକାରୀ ସ୍ତରରେ ସଙ୍ଗଠିତ କର୍ମଜୀବୀ ଭାବେ ଜୀବିକା ନିର୍ବାହ କରୁଥିବା ବେଳେ, ବେସରକାରୀ ଭାବେ ପ୍ରାୟ୩ ପ୍ରତିଶତ ଲୋକ ସଙ୍ଗଠିତ କର୍ମଜିବୀ ଭାବେ ସ୍ୱୀକୃତି ଲାଭ କରିଛନ୍ତି।ଅପର ପକ୍ଷରେ ୯୪ ପ୍ରତିଶତ ଅଣସଙ୍ଗଠିତ ଶ୍ରମିକ ଯେଉଁମାନେ ସେମାନଙ୍କ ଦାୟିତ୍ୱ, ଅଧିକାର, ସର୍ବପରିସାମାଜିକ କର୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ସେମାନଙ୍କୁ ନେଇ କର୍ମଶାଳାରେ ଉଦ୍ବେଗ ପ୍ରକାଶ ପାଇଥିଲା। ଜନଧନ ଯୋଜନା ଠାରୁ ଆରମ୍ଭ କରି ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ମିଶନ ଶକ୍ତି, ନିର୍ମାଣ ଶ୍ରମିକ ସଙ୍ଗଠନ, କେନ୍ଦୁପତ୍ର ତୋଳାଳୀ, ବିଡ଼ି ପ୍ରସ୍ତୁତି ଶ୍ରମିକ ଇତ୍ୟାଦି ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶ୍ରମର ମୂଲ୍ୟବୋଧ ଓ ତାଙ୍କର ଯଥାଚିତ ପାରିଶ୍ରମିକ ସମ୍ପର୍କରେ ସଚେତନା କରାଯିବା ସହିତ ସେମାନଙ୍କୁ ମାଲିକ ଏବଂ ସରକାର ଅଧିକାରୀମାନଙ୍କର ଶୋଷଣରୁ ମୁକ୍ତ କରିବାର ଉପାୟ ଓ ଅବଲମ୍ବନ ସମ୍ପର୍କରେ ବକ୍ତାମାନେ ସତର୍କତା ଓ ସଚେତନମୂଳକ ଅଭିମତ ଉପସ୍ଥାପନ କରିଥିଲେ।ସେହିପରି ଦ୍ୱିତୀୟ ଦିବସରେ ଅନ୍ୱେଷଣର ସମ୍ପାଦିକା ସଚଳା ପଣ୍ଡା, ଡ଼ାକ୍ତର ବିଷ୍ଣୁ ପ୍ରିୟା ସାହୁ ଅତିଥି ଭାବରେ ଯୋଗ ଦେଇ ପାରିବାରିକ ସମସ୍ୟା ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ କଲ୍ୟାଣ ଯୋଜନା, ଘରୋଇ କଳହ ଓ ତାହାର ସମାଧାନ, ମହିଳା ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ପ୍ରତିକାର, ପଂଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କର ସ୍ଥାନ ସଂରକ୍ଷଣ, ଅନ୍ଧ ବିଶ୍ୱାସ ଓ କୁସଂସ୍କାର, ଶିକ୍ଷା ଅଧିକାର ଆଇନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ନରେଗା ଯୋଜନା ସର୍ବୋପରି ମହିଳା ସଶକ୍ତି କରଣ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱୟଂସହୟିକା ଗୋଷ୍ଠୀର ସଂଗଠିକା ଦମୟନ୍ତୀ ମିଶ୍ର, ପ୍ରମୋଦିନୀ ସାହୁ, ଗାୟତ୍ରୀ ମହାନନ୍ଦିଆ, ଝୁନୁ ରାଣୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କଳିକା ଅନୁଷ୍ଠାନ ପକ୍ଷରୁ ବର୍ଷା ରାଣୀ ସାହୁ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଚାନ୍ଦମଣୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top