ଓଡ଼ିଶା

ଅଣପାରମ୍ପରିକ ହାଇଡ୍ରୋକାର୍ବନ ଅନୁସନ୍ଧାନ ଓ ବିକାଶ ନୀତିର ରୂପରେଖକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶେଲ ଅଏଲ/ଗ୍ୟାସ, କୋଲ ବେଡ ମିଥେନ ଭଳି ଅଣ-ପାରମ୍ପରିକ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ବିକଶିତ କରିବା ଲାଗି ଆବଶ୍ୟକ ନୀତି ରୂପରେଖକୁ ମଞ୍ଜୁରି ଦେଇଛନ୍ତି। ବର୍ତମାନର କ୍ଷେତ୍ରଫଳରେ ଅଣ-ପାରମ୍ପରିକ ହାଇଡ୍ରୋକର୍ବନ କ୍ଷମତାକୁ ଦୋହନ କରିବା ସମ୍ପର୍କରେ ବର୍ତମାନର ଲାଇସେନ୍ସଧାରୀ/ପଟ୍ଟାଧାରୀ ଠିକାଦାରମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଚଳିତ ଉତ୍ପାଦନ ଭାଗିଦାରୀ କଂଟ୍ରାକ୍ଟ, ସିଭିଏମ କଂଟ୍ରାକ୍ଟ ଏବଂ ନାମିତ କ୍ଷେତ୍ର ଅଧିନରେ ଏହାର ଅନୁପାଳନ କରାଯିବ।

ଲାଭ :

ଏହି ନୀତି ଦ୍ୱାରା ବର୍ତମାନ କଂଟ୍ରାକ୍ଟ କ୍ଷେତ୍ରରେ ସମ୍ଭାବ୍ୟ ହାଇଡ୍ରୋକାର୍ବନ ଭଣ୍ଡାରର ଉପଯୋଗ ଲାଗି କ୍ଷମତା ବୃଦ୍ଧି ହେବ, ଯାହା ବର୍ତମାନ ସୁଦ୍ଧା ଅସୁନ୍ଧାନ କରାଯାଇନଥିଲା ଏବଂ ଯାହାର ବିକଶିତ କରାଯାଇନାହିଁ।

ଏହି ନୀତିର କାର୍ଯ୍ୟକାରୀ ହେବା ଦ୍ୱାରା ନୂତନ ହାଇଡ୍ରୋକାର୍ବନ ଅନୁସନ୍ଧାନ ସମ୍ପର୍କରେ ଅନ୍ୱେଷଣ ଏବଂ ଉତ୍ପାଦନ ଗତିବିଧିରେ ନୂତନ ନିବେଶ ହେବ। ଯାହାଫଳରେ ଘରୋଇ ଉତ୍ପାଦନରେ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ଅତିରିକ୍ତ ହାଇଡ୍ରୋକାର୍ବନ ସମ୍ପଦର ଅନୁସନ୍ଧାନ ଏବଂ ବିକାଶ କରାଯିବା ଦ୍ୱାରା ନୂଆ ନିବେଶ ତ୍ୱରାନ୍ୱିତ ହେବ, ଆର୍ଥିକ ଗତିବିଧିରେ ବୃଦ୍ଧି, ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି। ଫଳରେ ସମାଜର ବିଭିନ୍ନ ବର୍ଗ ଲାଭାନ୍ୱିତ ହୋଇପାରିବେ।

ଏହାଦ୍ୱାରା ନୂଆ, ଅଭିନବ ଏବଂ ଉକ୍ରୃଷ୍ଟ ପ୍ରଯୁକ୍ତିର ସମ୍ଭାବନା ବୃଦ୍ଧି ହେବ ଏବଂ ଅଣପାରମ୍ପରିକ ହାଇଡ୍ରୋକାର୍ବନ ବିକାଶ ଲାଗି ନୂଆ ପ୍ରଯୁକ୍ତି ସହଯୋଗର ମାର୍ଗ ପ୍ରଶସ୍ତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top