ଅଟୋ ଦୁର୍ଘଟଣା ଜଣେ ମୃତ ୫ଆହତ

ପାରଳାଖେମୁଣ୍ଡି,୧୨ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ସୋଉରା ସେରଙ୍ଗ ରାସ୍ତା ନିକଟସ୍ଥ କୁମୁଣ୍ଡିଆ ଘାଟି ରାସ୍ତାରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଅନ୍ୟ ଏକ ଅଟୋ ଧକା ଦେବାରୁ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଅଟୋଟି ରାୟଗଡ ବ୍ଳକ କୁମୁଳିସିଂ ଗ୍ରାମରୁ ବାହାରି ବଡପଦା- ଝାଲରସିଂ ହୋଇ ଯାଉଥିବା ସମୟରେ ସୌରା ସେରଙ୍ଗ ଗ୍ରାମ ନିକଟସ୍ଥ କୁମୁଣ୍ଡିଆ ଘାଟି ରାସ୍ତାରେ ପଛ ପାର୍ଶରୁ ଅନ୍ୟ ଏକ ଅଟୋ ଧକା ଦେଇଥିଲା । ଫଳରେ ଅଟୋଟି ଦୁର୍ଘଟଣାଗସ୍ତ ହୋଇପଡିଥିଲା । ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ନିଆଯିବା ପରେ ସେଠାରେ ଗିଡିୟଏନ ଗୁରୁଙ୍କର ମୃତୁ୍ୟ ଘଟିଥିଲା । ଅନ୍ୟ ୫ଜଣ ଆହତ କୁନ୍ତଳା ଗୁରୁ, ମିହିର କର, ପୁର୍ଣ୍ଣିମା ପରିଛା, ସୁଲକ୍ଷଣି ଜେନ, ହେମନ୍ତ ଗୁରୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏସମ୍ପର୍କରେ ସେରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *