ଓଡ଼ିଶା

ଅଟୋ ଚାଳକଙ୍କ ଧର୍ମଘଟ, ତାରିଣୀ ଦର୍ଶନ ଯାତ୍ରୀ ହନ୍ତସନ୍ତ

ହରିଚନ୍ଦନପୁର, ତା ୦୭ ଜୁନ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ଅଟୋ ଚାଳକଙ୍କ ଧର୍ମଘଟକୁ ନେଇ ନାହିଁନଥିବା ଅସୁବିଧାରେ ତାରିଣୀ ଦର୍ଶନ ଯାତ୍ରୀ। ସୂଚନା ଅନୁଯାୟୀ ଡିଜେଲ ଦର ବୃଦ୍ଧିକୁ ନେଇ ଗୁରୁବାର ଦିନ ହରିଚନ୍ଦନପୁରର ସମସ୍ତ ଅଟୋ ରିକ୍ସାର ଚାଳକମାନେ ଧର୍ମଘଟକୁ ଉହ୍ଲାଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ହେବ ଡିଜେଲ ପେଟ୍ରୋଲର ଦର ବୃଦ୍ଧିକୁ ନେଇ ଅଟୋ ଚାଳକମାନେ ଧର୍ମଘଟକୁ ଓହ୍ଲାଇଛନ୍ତି। ଅଟୋ ରିକ୍ସା ଚାଳକମାନଙ୍କ କହିବା କଥା ହରିଚନ୍ଦନପୁର ରେଲୱ ଷ୍ଟେସନ ଠାରୁ ଘଟଗାଁ ତାରିଣୀ ମନ୍ଦିର ଯିବାକୁ ହେଲେ ୧୭କିଲୋମିଟର ଅତିକ୍ରମ କରିବାକୁ ପଡେ। ସେଠାରେ ୨ଘଣ୍ଟା ରହିବା ପରେ ପୁଣି ୧୭କିଲୋମିଟର ଅତିକ୍ରମ କରି ହରିଚନ୍ଦନପୁର ଷ୍ଟେସନରେ ଯାତ୍ରୀମାନଙ୍କୁ ଛାଡିବାକୁ ପଡୁଛି। ତାହାକୁ ନେଇ ଯାତ୍ରୀମାନେ ୩୦୦ଟଙ୍କା ଦେଉଛନ୍ତି କିନ୍ତୁ ସେତିକି ଟଙ୍କା ଦେବା ପାଇଁ ଅନେକ ଯାତ୍ରୀ କୁଣ୍ଠାବୋଧ କରୁଛନ୍ତି। ୨୦୧୦ମସିହା ଠାରୁ ଉକ୍ତ ଅଟୋ ରିକ୍ସା ଗୁଡିକ ୩୦୦ଟଙ୍କାରେ ତାରିଣୀ ଦର୍ଶନ ଯାତ୍ରୀମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ବର୍ତ୍ତମାନ ଦିନରେ ଡିଜେଲ ପେଟ୍ରୋଲ ଦର ଆକାଶ ଛୁଆଁ ହେବା ସହ ପୋଲିସ ପ୍ରଶାସନ ଅଟୋ ରିକ୍ସା ଗୁଡିକୁ ରାସ୍ତା କଡରେ ଠିଆ କରିବାକୁ ଦେଉନଥିବାକୁ ନେଇ ଅଟୋ ରିକ୍ସା ଚାଳକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡିଜେଲ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଅଟୋ ରିକ୍ସା ଗୁଡିକର ଭଡା ମୂଲ୍ୟ ବୃଦ୍ଧି କରାଯିବା ସହ ଘଟଗାଁ ଓ ହରିଚନ୍ଦନପୁର ଠାରେ ଅଟୋ ରିକ୍ସା ରଖିବା ପାଇଁ ସ୍ୱତନ୍ତ୍ର ଷ୍ଟାଣ୍ଡର ନିର୍ମାଣ କରିବାକୁ ନେଇ ଅଟୋ ରିକ୍ସା ଚାଳକମାନେ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top