କେନ୍ଦୁଝର

ଅଟୋ ଓ ଟ୍ୟାକ୍ସି ସଂଘର ୧୨ ଘଣ୍ଟିଆ ବନ୍ଦ ପାଳନ

ଘଟଗାଁ,୭/୬ (ଓଡିଆ ପୁଅ/ଭବାନୀ ପ୍ରସାଦ)- ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ସଂଘର ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ଘଟଗାଁରେ ମଧ୍ୟ ଦେଖିବାକୁ ମିଳିଥିଲା। ଘଟଗାଁ ଅଟୋ ଓ ଟ୍ୟାକ୍ସି ସଂଘ ଏହି ବନ୍ଦକୁ ସମର୍ଥନ ଦେଇ ସ୍ଥାନୀୟ ହାଟପଡିଆରେ ଅନ୍ଦୋଳନରେ ବସିଥିଲେ। ଏହି ବନ୍ଦ କାରଣରୁ ଘଟଗାଁ ପରି ତିର୍ଥ ସ୍ଥାନରେ ଯାତ୍ରୀ ଓ ଭକ୍ତମାନେ ବହୁ ଅସୁବିଧା ସମୁଖୀନ ହେବାକୁ ପଡିଥିଲା। ଏଥି ସହିତ ହରିଚନ୍ଦନପୁରରେ ମଧ୍ୟ ଏହି ବନ୍ଦ ପାଳନ କରାଯାଇଥିଲା ଫଳରେ ଟ୍ରେନ ଯୋଗେ ଘଟଗାଁ ଆସୁ ଲୋକଙ୍କ ପାଇଁ ଅଧିକ ସମସ୍ୟା ଦେଖାଇଥିଲା। ବହୁ ଯାତ୍ରୀ ଷ୍ଟେସନରୁ ଦିର୍ଘ ୩ କିମି ଚାଲି ଚାଲି ଆସି ବସ ଯୋଗେ ଘଟଗାଁ ଆସିଥିଲେ। ତେବେ ବିଭିନ୍ନ ଦାବିନେଇ ଧର୍ମଘଟ କରୁଥିବା ସଂଘର ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top