ଓଡ଼ିଶା

ଅଟୋ ଓ ଟ୍ୟାକ୍ସି ଧର୍ମଘଟ ଯୋଗୁ ଯାତ୍ରୀ ଓ ପର୍ଯ୍ୟଟକ ହଟହଟା

ପୁରୀ:୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ତୈଳ ଦର ବୃଦ୍ଧି, ବୀମାରାଶି, ଟିକସ ଆଦି ବୃଦ୍ଧିର ପ୍ରତିବାଦ କରି ଆଜି ସକାଳୁ ଅଟୋ ଓ ଟ୍ୟାକ୍ସି ଚାଳକମାନେ ଧର୍ମଘଟ କରିଥିବା ଯୋଗୁ ପୁରୀକୁ ଆସୁଥିବା ତିର୍ଥଯାତ୍ରୀ ଓ ପର୍ଯ୍ୟଟକ ନାହିଁନଥିବା ଅସୁବିଧାର ସମୁଖିନ ହୋଇଥିଲେ। ପ୍ରବଳ ଉତାବ ଓ ଗୁଳୁଗୁଳିରେଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳିକୁ ଯିବା ପାଇଁ ଘଂଟାଘଂଟା ଧରି ବସ୍ଷ୍ଟାଣ୍ଡ ଓ ରେଳଟେଷ୍ଟନ ନିକଟରେ ଛିଡ଼ା ହୋଇଥିବାର ଦେଖାଯାଏ। ଏହି ଆନ୍ଦୋଳନରେ ସହରର ୫ ହଜାର ଅଟୋ ଓ ଶତାଧିକ ଟ୍ୟାକ୍ସି ସାମିଲ ହୋଇଥିଲେ। ସହରର ବିଭିନ୍ନ ସ୍ଥାନରେ ଅଟୋଚଳାଚଳ ବନ୍ଦ ରହିଥିବା ବେଳେ ସାହି ଗଳିକନ୍ଦିରେ ଅଟୋ ଚଳାଚଳ କରୁଥିବାର ଦେଖାଯାଏ। ଆଜିର ଏହି ଆନ୍ଦୋଳନ ସଫଳ ହୋଇଥିବା ଯୋଗୁ ଅଟୋ ଚାଳକ ସଂଘର କର୍ମକତା ଶ୍ରୀକାନ୍ତ ପରିଜା ଓ ଦୁର୍ଗାଜରଣ ଖୁଟିଆ ଜନସାଧାରଣକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top