ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ମହାନଦୀରେ ତିଳତର୍ପଣ : ମିଳିତ ପଦଯାତ୍ରା କଲେ ସମସ୍ତ ନେତା ଓ କର୍ମୀ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- – ପ୍ରଖ୍ୟାତ ଜନନାୟକ, କବି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଅସ୍ଥିକୁ ସ୍ଥାନୀୟ ଚିତ୍ରୋତ୍ପଳା ମହାନଦୀର ଅଯୋଧ୍ୟା ସରୋବର କୂଳରେ ବିସର୍ଜନ କରାଯାଇଛି। ତିଳତର୍ପଣ ସହିତ ହାଟପଡ଼ା ଘାଟରେ କେତେଜଣ ଲଣ୍ଡା ହୋଇଥିବା ବାଜପେୟୀ ପ୍ରେମୀ ଅସ୍ଥି କଳସରୁ ଅସ୍ଥିକୁ ନଦୀରେ ଭସାଇଥିଲେ। ପୂର୍ବରୁ ସ୍ଥାନୀୟ ଟାଉନ ସ୍କୁଲ ନିକଟରୁ ରାମଧୁନ ସହିତ ଏକ ପଟୁଆରରେ ଅସ୍ଥିକଳସକୁ ସାନସଡ଼କ, କୁଞ୍ଜେଲପଡ଼ା, ଝାଡ଼ୁଆପଡ଼ା, ନନ୍ଦପଡ଼ା, ହାଟପଡ଼ା, ମାରୱାଡ଼ିପଡ଼ା ଦେଇ ଚିତ୍ରୋତ୍ପଳା କୂଳକୁ ଅଣାଯାଇଥିଲା। ଏହି ସମୟରେ ବାଟରେ ବିଭିନ୍ନ ସ୍ଥାନରେ ବାଜେପେୟୀଙ୍କ ସ୍ମ୍ମୃତି ଉଦ୍ଦେଶ୍ୟରେ ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ପ୍ରଦେଶ ଯୁଗ୍ମ ସାଧାରଣ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ, ବରିଷ୍ଠ ନେତା ବେଣୁଧର ଦାଶ, ଡା. ରାଜକୁମାର ବଡ଼ପଣ୍ଡା, ଅନୀଲ ବେହେରା, ସୂର୍ଯ୍ୟ ପାଣିଗ୍ରାହୀ, ନାଉରୀ ନାଏକ, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ସାଧାରଣ ସମ୍ପାଦକ ଦାମୋଦର କର, ଦେବେନ୍ଦ୍ର କୁମାର ମହାପାତ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ସଞ୍ଜୟ ଷଡ଼ଙ୍ଗୀ, ରେଙ୍ଗାଲିର ଜିତେନ୍ଦ୍ର କୁମାର ପଣ୍ଡା, ପଡ଼ିବାହାଲ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଅମୂଲ୍ୟା ସାହୁ, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକ, ବରିଷ୍ଠ ନେତା ଶଶିଭୂଷଣ ତ୍ରିପାଠୀ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଅଶ୍ୱିନୀ ସ୍ୱାଇଁ, ସ୍ୱାଗତ ପାଢ଼ୀ, ଲୋକନାଥ ପାଣ୍ଡେ, ପ୍ରଦୀପ କୁମାର ବହିଦାର, ଜିଲ୍ଲା କୃଷକ ମୋର୍ଚ୍ଚାର ଦେବେନ୍ଦ୍ର ପ୍ରଧାନ, ଦେବାନନ୍ଦ ଭୋସାଗର ପ୍ରମୁଖ ଏହି ପଟୁଆରର ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ନୂଆଦିଲ୍ଲୀରୁ ଅଣାଯାଇଥିବା ଅସ୍ଥିକଳସକୁ ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ରେଢ଼ାଖୋଲ ପ୍ରଭୃତି ସ୍ଥାନକୁ ନିଆଯାଇ ପରିକ୍ରମା ସମୟରେ ଦଳୀୟ କର୍ମୀ ଓ ସାଧାରଣ ଲୋକେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *