ଜିଲ୍ଲା ପରିକ୍ରମା

ଅଟଳଜୀଙ୍କ ଦ୍ୱାଦଶ କ୍ରିୟା ଉପଲକ୍ଷେ ସର୍ବଜନ ଶ୍ରଦ୍ଧାଞ୍ଜଳୀ ସଭା

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ସରସଦା ଦୁର୍ଗା ମଣ୍ଡପ ଠାରେ ଯୁବ ସମାଜ ସେବୀ କିଶୋର କୁମାର ଷେଣ୍ଢଙ୍କ ସଂଯୋଜନାରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାଦଶ କ୍ରୀୟା ଉପଲକ୍ଷେ ସର୍ବଜନ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଅମର ଆତ୍ମାର ସଦ୍ଗତି ପଇଁ ଗୀତାପାଠ ଓ ହୋମ ଯଜ୍ଞ ଆୟୋଜନ ହୋଇଥିଲା। ଜଗନ୍ନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନିର୍ବାଚନ ମଣ୍ଡଳୀ ନେତା ପଂଚାନନ ରାଉତ, ସମାଜ ସେବୀ ଅକ୍ଷୟ ସାହୁ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଅଭିସାର ସାହୁ, ପ୍ରିତିଷ ରଂଜନ ନାୟକ, ସନ୍ତୋଷ ଜେନା, ପ୍ରଶାନ୍ତ ଭଞ୍ଜ, ରଥ ସାମଲ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହା ସହିତ ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣ ଅଟଳଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଅନୁରୁପଭାବେ ଛତାବର ଠାରେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମାଜ ସେବୀ ବଦ୍ରୀନାରାୟଣ ରାଉତ, ନାରୀନେତ୍ରୀ ସୂଜାତା ଜେନା, ସରପଂଚ ବିଜୟ ସ୍ୱାଇଁ ତଥା ଆଖପାଖ ଅଂଚଳର ଜନ ସାଧାରଣ ମାନେ ଉପସ୍ଥିତ ରହି ଅଟଳଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top