ଅଟଳଙ୍କ ଏକାଦଶାହରେ ସର୍ବଧର୍ମ ପ୍ରାର୍ଥନା ସଭା; ଦଳମତ ନିର୍ବିଶେଷରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଯାଜପୁର-୨୭/୮(ଓଡିଆ ପୁଅ/ଏ.ରାଉତ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏକାଦଶାହ ତିଥିରେ ସ୍ଥାନୀୟ ବ୍ୟାସଦେବ ଟାଉନହଲ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସର୍ବଧର୍ମ ସଭାରେ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ କର୍ତ୍ତବ୍ୟ ପରାୟଣତା ବ୍ୟକ୍ତିତ୍ୱର ସର୍ବଶ୍ରେଷ୍ଠ ମାପକାଠି ବୋଲି ମତପୋଷଣ କରିଥିଲେ। ଦଳ, ମତ ନିର୍ବିଶେଷରେ ଆମେ ସ୍ୱର୍ଗତ ବାଜପେୟୀଙ୍କ ଜୀବନରୁ ଅନ୍ତତଃପକ୍ଷେ ଏତିକି ଶିକ୍ଷା ଲାଭକଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବବୋଲି ସେ କହିଥିଲେ। ସେ ରାଷ୍ଟ୍ରଧର୍ମର ପରମ ପୂଜାରୀ ଥିବାରୁ ତାଙ୍କୁ ଅଜାତ ଶତ୍ରୁର ଆକ୍ଷା ପ୍ରଦାନ କରାଯାଇଛି। ଏକାଧାରାରେ ସେ ଥିଲେ ସର୍ବୋପରି ଭାରତକୁ ଭଲପାଉଥିବା ଜଣେ ଭଳମଣିଷ, ଭଲ ସୁବକ୍ତା, ଭଲ ସାମ୍ବାଦିକ, ଭଲ ରାଜନେତା, ଭଲ କବି, ଭଲ ପ୍ରଶାସକ, ଭଲ ଦୂରଦ୍ରଷ୍ଟା ଯାହା ଅନ୍ୟକୌଣସି ନେତାଙ୍କଠାରେ ଦେଖିବାକୁ ମିଳେନାହିଁବୋଲି କୋରେଇ ବିଜେପି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ସର୍ବଧର୍ମ ସଭାରେ ସ୍ୱର୍ଗତ ଅଟଳ ବିହାରୀ ବଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ପୌରାଧ୍ୟକ୍ଷା ସବିତା ରାଉତ, ଉପ ନଗରପାଳ ସୁବାଷ ବଳ, ପୂର୍ବତନ ପୌରାଧ୍ୟକ୍ଷ ହୃଷିକେଶ ରାଉତ, ବିଜେପି ଯୁବନେତା ବିଶ୍ୱଜିତ୍ ନାୟକ, ଆଇନଜୀବୀ ବିବେକାନନ୍ଦ ମହାନ୍ତି, ବିଜେପି ଜିଲା ସଭାପତି ଗୌତମ ରାୟ, ପୂର୍ବତନ ସାଂସଦ ପ୍ରାର୍ଥି ଅମିୟ ମଲ୍ଲିକ, ବିଜେପି ନେତା ବିଜୟ ପଣ୍ଡା, ସତ୍ୟନାରାୟଣ ମହାନ୍ତି, କଳ୍ପତରୁ ସାହୁ, ଅଯୋଧ୍ୟା ଜେନା, ପ୍ରଶାନ୍ତ କୁମାର ମଲ୍ଲିକ, ଚନ୍ଦ୍ରମଣି ସାହୁ, ସୁରେନ୍ଦ୍ର ସାହୁ, ଗୟାଧର ମଳ୍ଲିକ, ଉଦୟ କୁମାର ସାହୁ, ଜଗନ୍ନାଥ ପଣ୍ଡା, ସନାତନ ସାହୁ, ଶଂକର୍ଷଣ ପୃଷ୍ଟି, କେଶବ ମଳ୍ଲିକ, କୃଷ୍ଣଚନ୍ଦ୍ର ଖଣ୍ଡାଇ, ନିଲୁ ସିଂ, ମଦନମୋହନ ରାଉତ, ଅଭିମନ୍ୟୁ କର, ଜ୍ଞାନରଞ୍ଜନ ରାଉତ, ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ପ୍ରଫୁଳ୍ଲ କୁମାର ନାୟକ, ଭ୍ରମରବର ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉକ୍ତ ଧର୍ମସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *