ଓଡ଼ିଶା

ଅଟକିଛି ଆଇକନିକ୍ ସିଟି ପ୍ରକଳ୍ପ

ପୁରୀ:୧୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଗେଇ ଆରୁନି ଆଇକନିକ୍ ସିଟି ପ୍ରକଳ୍ପ।କେବଳ ସମୀକ୍ଷା ବୈଠକରେ ଏହି କେନ୍ଦ୍ରୀୟ ଯୋଜନା ଅଟକି ରହିଛି। ୧୯ଟି ପ୍ରସ୍ତାବ ମଧ୍ୟରୁ ୧୪ଟି ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଥି ଯୋଗୁଁ ମଙ୍ଗଳବାର ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ସେଥିରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ମନ୍ଦିର ନୀଳାଚଳ ଉପବନ ଏବଂ ନୀଳାଦ୍ରୀ ମହୋଦୟ ସଂଗ୍ରହାଳୟ ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତ ଦେବାକୁ ନାଲକୋ କର୍ତ୍ତୃପକ୍ଷ ସବୁଜ ସଙ୍କେତ ଦେଇଥିଲେ। ନୀଳାଚଳ ଉପବନ ପାଇଁ ବିସ୍ତୁତ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ମନ୍ଦିର ପ୍ରଶାସନ ଅବହେଳା କରୁଛି। ସଂଗ୍ରହାଳୟ ୭୫ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହା ଛଡ଼ା ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ସୂଚନା ଫଳକ ଲଗାଇବାକୁ ସ୍ଥିର କରାଯାଇଥିଲେ ମଧ୍ୟ ତାହା କେବଳ ନିଷ୍ପତିରେ ସୀମିତ ହୋଇ ରହିଯାଇଛି। ମାଳତୀପାଟପୁର ବସ୍ ଟର୍ମିନାଲ ନିକଟରେ ୧୦୦ଶଯ୍ୟା ବିଶିଷ୍ଟ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ପାଇଁ ଜମି ଚିହ୍ନଟ କରାଯାଇଛି। ଜମି ମାଲିକାନା ମନ୍ଦିର ପରିଚାଳନା କମିଟି ନାମରେ ଥିବାରୁ ତାହା ହସ୍ତାନ୍ତର ହୋଇପାରୁ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ସାମାନ ରଖିବା ଘର ଏବଂ ପାନୀୟଜଳ ବ୍ୟବସ୍ଥା ପାଇଁ ଗୃହୀତ ନିଷ୍ପତି ପୈାର କର୍ତ୍ତୃପକ୍ଷଙ୍କ ଅବହେଳାରୁ କାର୍ଯ୍ୟକାରୀ ହୋଇନାହିଁ। ଏମାର ମଠ ଏବଂ ଜଗନ୍ନାଥ ବଲ୍ଳଭ ମଠ ସମ୍ମୁଖରେ ଏଲ ଇଡ଼ିସ୍କିନ୍ ଲଗାଇବାକୁ ପର୍ଯ୍ୟଟନ ବିଭାଗ ଶ୍ରୀକୃତିକୁ ଅପେକ୍ଷା କରାଯାଇଛି। ସାକ୍ଷୀଗୋପାଳ, ଗାନ୍ଧୀପାର୍କ, ଗୁରୁଦ୍ୱାରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଅନ୍ୟତିନୋଟି ସ୍ଥାନରେ ଏପର୍ଯ୍ୟନ୍ତ କାମଆରମ୍ଭ ହୋଇନାହିଁ ବଡ଼ଡ଼ାକ୍ତରଖାନା ଛକ, ନେତାଜୀ ସୁବାଷବୋଷ ଛକ ଏବଂ ଦିଗବାରେଣୀ ଛକରେ ଜଳଫୁଆରୀ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି। ଐତିହ୍ୟ ମାର୍ଗନିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନାହିଁ। ୩୦ଏକର ଜମି ନିର୍ମାଣ ପାଇଁ ସ୍ଥିର କରାଯାଇଛି।ବଳିଆପଣ୍ଡା ମଧୁର ଜଳ ସଂରକ୍ଷିତ ଅଂଚଳର ୧୦ଏକର ଜମି ପ୍ରସ୍ତାବ ଦୁଇ ବର୍ଷ ହେଲା ଝୁଲି ରହିଛି। ଏଥି ସହିତ ବୈଷୟିକ କଳାସଂସ୍କୃତି ସଂଗ୍ରହାଳୟର ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଜିଲ୍ଲା ପ୍ରଶାସନ ଦେଇନାହିଁ। ତୁହାକୁତୁହା ସମୀକ୍ଷା ବୈଠକ ବସୁଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟଆରମ୍ଭ ହୋଇନି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବଚନ୍ଦ୍ର ମାଝି ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା, ପୌରସଂସ୍ଥା କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ବରିଷ୍ଠ ସଂରକ୍ଷକ ଚିତରଂଜନ ଦାସ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top