ଅଞ୍ଚଳରେ ହାତୀ ଉପଦ୍ରବ, ରାତି ଅନିଦ୍ରା ହୋଇ ଜଗିଛି ଚାଷୀ

ଢେଙ୍କିକୋଟ, ତା୨୦/୦୮(ଓଡିଆ ପୁଅ / ବିରେନ୍ଦ୍ର କୁମାର ) କେତେବେଳେ ଚକଡା ପୋକତ ଆଉ କେତେବେଳେ ପାଣିର ଅଭାବ ପୁଣି ଏବେ ହାତୀ ଭୟ। ଚାଷୀ ବର୍ଷକର ଆହାର ପାଇଁ ବହୁ କଷ୍ଟରେ ଧାର କରଜ କରି କ୍ଷେତ୍ରରେ ଚାଷ କରିଥିବା ବେଳେ ହାତୀପଲ ଏବେ ଏକର ଏକର ଚାଷ ଜମି ମାଡିଦଳି ନଷ୍ଟ କରିଦେବା ପରେ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ଏପରି ଘଟଣା ଘଟଛି ଘଟଗାଁ ବ୍ଲକ୍ ସାନ୍ତରାପୁର ପଞ୍ଚାୟତର ରଘୁବେଡ଼ା, ପିପିଳିଆ ପଞ୍ଚାୟତ ର ଅସନବଣି ସମେତ ଆଖପାଖ ଗ୍ରାମରେ ୧୦ରୁ ଉର୍ଦ୍ଧ୍ବ ବଣୁଆ ହାତୀ ଧାନ ଫସଲକୁ ନଷ୍ଟ କରୁଛନ୍ତି। ଗ୍ରାମବାସୀ ରାତି ଅନିଦ୍ରା ହୋଇ ଚାଷଜମିକୁ ଜଗି ରହୁଛନ୍ତି। ସନ୍ଧ୍ୟା ହେଲେ ହାତୀ ନିକଟସ୍ଥ ବାରବାଙ୍କ ସଂରକ୍ଷିତ ଜଙ୍ଗଲରୁ ବାହାରି ଚାଷଜମିକୁ ଚାଲି ଆସୁଛନ୍ତି। ଏଣୁ ନଷ୍ଟ ହୋଇଥିବା ଚାଷ ର କ୍ଷତିପୂରଣ ଦେବା ସହ ହାତୀ ଘଉଡ଼ାଇବାକୁ ଏକ ପାଟ୍ରୋଲିଂ ଦଳ ପଠାଇବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *