ଅଜଣା ଲୋକଙ୍କୁ ଗଛରେ ବାନ୍ଧି ପିଟୁଛନ୍ତି ଲୋକେ ଫେରିବାଲାଙ୍କୁ ଗାଁ ଦାଣ୍ଡ ମନା

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା ଭଳି ଉପାଖ୍ୟାନ ଏବେ ଭୋଗୁଛନ୍ତି ଚାନ୍ଦବାଲି ଅଂଚଳର ଫେରିବାଲା। ଗତ ୨୦ ଦିନ ତଳେ କିଛି କେଳା ସଂପ୍ରଦାୟର ଚୋର କାଣ୍ଡଗରଡି ଗ୍ରାମରେ ଦିନ ବେଳେ ଫେରି କରି ରାତିରେ ଚୋରି କରିବା ପ୍ରସଙ୍ଗ ଏବେ ଚାନ୍ଦବାଲି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। କାଣ୍ଡଗରଡି ଗ୍ରାମରେ ଏହି ଚୋରମାନେ ଦିନରେ ଫେରି କରି ରାତିରେ ଲୋକଙ୍କ ଘରେ ପଶି ଆକ୍ରମଣ କରି ଲୁଟତରାଜ କରିବା ସହ ବୈତରଣୀ ନଦୀରୁ ଡଙ୍ଗା ଚୋରି କରି ରାଜକନିକା ଅଂଚଳକୁ ପଳାଇଯିବାବେଳେ ଧରାପଡିବା ଭଳି ଘଟଣା ଘଟିଥିଲା। କୌତୁହଳର କଥା ଏହି ଘଟଣା ପରେ ଚାନ୍ଦବାଲି ଅଂଚଳର କାଣ୍ଡଗରଡି, ଭୃଇଁବୃତ୍ତି, ବିଜୟନଗର ଆଦି ବହୁ ପଞ୍ଚାୟତକୁ ଏହି ଚୋରମାନଙ୍କ ଆତଙ୍କ ଲୋକଙ୍କୁ ଏମିତି ଘାରିଛି ଯେ, ସ୍ଥାନୀୟ ଅଂଚଳର ଫେରିବାଲାକୁ ଗାଁକୁ ପୁରାଇବାକୁ ଦେଉନାହାଁନ୍ତି। ଖରାଦିନ ବୋଲି ଆଇସ୍କି୍ରମ୍ ବେପାରୀ ଆଉ ଗାଁ ଦାଣ୍ଡରେ ଏହିସବୁ ପଞ୍ଚାୟତରେ ଡମ୍ବରୁ ବଜାଇ ଯିବା ମନା ହୋଇଛି। ଏପରିକି ସ୍ଥାନୀୟ ଫେରିବାଲା ସାଇକେଲ୍ରେ ଚୁଡି ନେଇ ଯେଉଁ ଗାଁ ଦାଣ୍ଡରେ ବେପାର କରୁଥିଲେ, ତାହା ଏବେ ଠପ୍ ହୋଇଯାଇଛି। କେଳାଙ୍କ ପାଇଁ ସ୍ଥାନୀୟ ଫେରିବାଲାଙ୍କ ବେଉସା ବୁଡିଗଲାଣି। ଗାଁ ଦାଣ୍ଡକୁ ଏହି ଫେରିବାଲା ଗଲେ ସେମାନଙ୍କ ଆଧାର କାର୍ଡ, ଭୋଟ ଆଇ କାର୍ଡ ମାଗୁଛନ୍ତି ଗାଁର ଯୁବକମାନେ। ଖାଲି ସେତିକି ନୁହଁ ଏହି ଗାଁ ଦାଣ୍ଡ ଦେଇ ଯଦି ଅଜଣା ଲୋକ ନିଜ ବନ୍ଧୁ ଘରକୁ ଯାଉଛି ସେ ବି ବାଦ ପଡୁନି ଲୋକଙ୍କ ଆକ୍ରୋଶରୁ। ଗାଁର ଯୁବକମାନେ ଗଛରେ ବାନ୍ଧି ମାଡ ମାରୁଛନ୍ତି ତ ଘୋଷାଡି ଘୋଷାଡି ପୁଲିସ୍ ଜିମା ଦେଉଛନ୍ତି। ଚାନ୍ଦବାଲି ସହରରେ ଜରି ଗୋଟାଳି ଏବେ ଜରି ଗୋଟାଇବାକୁ ବଡି ଭୋରରୁ ଯିବାକୁ ଡରୁଛନ୍ତି। ଫୁଟପାଥରେ ବେଉଶା କରୁଥିବା ଏହି ଗରିବ ଲୋକଙ୍କ ଜୀବିକା ଏବେ ମରିଯିବାକୁ ବସିଛି। କାଣ୍ଡଗରଡି ଗାଁରେ ଦିନରେ ଫେରି ରାତିରେ ଚୋରି କରି ୬ ଜଣ କେଳାଙ୍କୁ ଗିରଫ କରି ଏଭଳି ଆତଙ୍କ ଜାରି ରହିଛି। ଯଦି ଅଜଣା ଲୋକଙ୍କ କଥା ତାଳ ମେଳ ନରହୁଛି। ଏହିସବୁ ଗାଁ ଦାଣ୍ଡରେ ସେମାନଙ୍କ ଜୀବନ ଯିବା ଏବେ ନିଃସନ୍ଦେହ। ପୁଲିସ୍ କହୁଛି ଆମେ କଣ କରିବୁ। ଏହି ଗୁଜବ ଏବେ କେବଳ ଚାନ୍ଦବାଲି ଥାନା ନୁହଁ ବାଁଶଡା ଥାନା ଅଂଚଳରେ ବି ବ୍ୟାପିଗଲାଣି।

Leave a Reply

Your email address will not be published. Required fields are marked *