ଓଡ଼ିଶା

ଅଜଣା ରୋଗରେ ବଡ ଭଉଣୀର ମୃତ୍ୟୁ ,ସାନ ଭଉଣୀ ଜୀବନ ସହ ସଂଗ୍ରାମ କରୁଛି,ଚିକିତ୍ସା ପାଇଁ ଅର୍ଥ ସାଯିଛି ବାଧକ, ସରକାରୀ ସାହାର୍ଯ୍ୟ ପାଇଁ ଦାବି

ହରିଚନ୍ଦନପୁର,ତା୨୦.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତର କୁଣ୍ଡଳପାଣି ଗ୍ରାମ ଝାଲକାଣି ସାହିର ଦିବାକର ମହାନ୍ତଙ୍କ ପୁଅ ପତିତପାବନ ମହାନ୍ତଙ୍କର ଦୁଇଟି କନ୍ୟା ସନ୍ତାନରୁ ବଡ ଝିଅ ପୁଷ୍ପାଞ୍ଜଳୀ ମହାନ୍ତ(୬)ବର୍ଷ ବୟସରଙ୍କ ଅଜଣା ରୋଗରେ ପିଡିତ ହୋଇ ମୃତୁ୍ୟ ବରଣ କରିବା ପରେ ବର୍ତମାନ ସାନ ଝିଅ ଛବିରାଣୀ ମହାନ୍ତ(୩) ଜୀବନ ସହ ସଂଗ୍ରାମ କରୁଛନ୍ତି । ବାପା ମାଆଙ୍କ କହିବା ଅନୁଶାରେ ବଡ ଝିଅ ପୁଷ୍ପାଞ୍ଜଳୀକୁ ଅନେକ ଟଙ୍କା ଧାର କରଜ କରି ଚିକିତ୍ସା କରିଥିଲେ କିନ୍ତୁ ଦୁଃଖର ବିଷୟ ବଂଚାଇ ପାରିନଥିଲେ । ବର୍ତମାନ ସାନ ଝିଅ ସେହି ରୋଗରେ ମୃତୁ୍ୟ ସହ ସଂଗ୍ରାମ କରୁଛି । ଅର୍ଥ ଅଭାବକୁ ନେଇ ବାପା ପତିତପାବନ ଚିନ୍ତାରେ ଭାଗି ପଡିଛନ୍ତି ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ଅନେଇ ବସିଛନ୍ତି । ସୂଚନା ଯୋଗ୍ୟ ଯେ ବଡ ଝିଅ ପୁଷ୍ପାଞ୍ଜଳୀ ଝାମୁଜୋଡି ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢୁଥିବା ବେଳେ ମିଳିମିଳା ଟିକା ନେବା ପରେ ଅଚାନକ ଦେହ ଖରାପ ହୋଇଥିଲା । ହଠାତ ପରିବାରକୁ ମାଡି ଆସିଥିଲା ଅଜଣା ରୋଗ ବଡ ଝିଅକୁ ଚିକିତ୍ସା ପାଇଁ କେନ୍ଦୁଝର ନେବା ପରେ ପୁଣି ଅଚାନକ ସାନ ଝିଅକୁ ସେହି ରୋଗ ମାଡି ବସିଥିଲା । କେନ୍ଦୁଝରରୁ କଟକ ବଡ ମେଡିକାଲର ଶିଶୁ ବିଭାଗକୁ ସ୍ଥାନାନ୍ତର ପରେ ସେଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ଚିକିତ୍ସା ଚାଲିଥିଲା ଚିକିତ୍ସାରେ ପରିବର୍ତନ ନ ଆସିବାକୁ ନେଇ ଭୂବନେଶ୍ୱରର ସମ ହସ୍ପିଟାଲରେ ୧୧ଦିନ ଚିକିତ୍ସା କରାଇଥିଲେ । ଚିକିତ୍ସାରେ କିଛି ସୁଧାର ନଆସିବା ସହ ନିଜ ପାଖରେ ଅର୍ଥ ନଥିବାକୁ ନେଇ ଘରକୁ ଆଣିଆସିଥିଲେ । ଶେଷରେ ବଡ ଝିଅର ଗତ ୧୭ତାରିଖ ଶନିବାର ମୃତୁ୍ୟ ବରଣ କରିଥିଲା । ବଡ ଝିଅର ଦୁଃଖ ନ ସରିବା ପୂର୍ବରୁ ସାନ ଝିଅର ଲିଭର ଦଣ୍ଡିସରେ ଆକ୍ରାନ୍ତ ହୋଇ ଲିଭର ଖରାପ ହୋଇଥିବାର ଡାକ୍ତରଙ୍କ ଠାରୁ ଶୁଣିବା ପରେ ସମ ହସ୍ପିଟାଲରେ ୧୧ଦିନ ରହିବା ପରେ ଅର୍ଥ ଅବାବରୁ ଘରକୁ ଫେରାଇ ଆଣିଥିବାର ପରିବାର ପକ୍ଷରୁ ଜଣାପଡିଛି । ସୂଚନା ଅନୁଯାୟୀ ସାନ ଝିଅ ଛବିରାଣୀ ମହାନ୍ତ ଚଳିତ ବର୍ଷ ଆକ୍ଟୋବର ମାସ ଠାରୁ ପେଟଫୁଲା ଆରମ୍ଭ ହେବାରୁ କେନ୍ଦୁଝର ନୂଆଁ ସକାଳ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ । ପରେ ଘରୋଇ ଶିକ୍ଷାନୁଷ୍ଠାନରେ ରହି ପାଠ ପଢୁଥିବା ବଡ ଝିଅ ପୁଷ୍ପାଞ୍ଜଳୀ ମହାନ୍ତଙ୍କୁ ପୂର୍ବରୁ ଜ୍ୱର ଆସୁଥିଲା ଜାନୁଆରୀ ମାସ ରୋବେଲା ଓ ମିଳିମିଳା ଟିକା ନେବା ପରେ ଜ୍ୱର ଅଧିକ ବଢିଥିଲା । ବାପା ମା ଖବର ପାଇ ଝିଅକୁ ଘରକୁ ଆଣି ଚିକିତ୍ସା କରୁଥିବା ବେଳେ ହଠାତ ଫେବୃୟାରୀ ୩୦ରେ ତାଙ୍କର ମଧ୍ୟ ପେଟ ଫୁଲା ଆରମ୍ଭ ହୋଇଥିଲା ତେବେ ପୁନଃ ଦୁଇଝିଅଙ୍କୁ ଧରି ବାପା ମା କେନ୍ଦୁଝର ନୂଆଁ ସକାଳ ଚିକିତ୍ସଳୟକୁ ନେଇ ଚିକିତ୍ସା କରିଥିଲେ । ଚିକିତ୍ସାଳୟରେ ଝାଡା, ପରିସ୍ରା ପରୀକ୍ଷା ପାଇଁ ମୁମ୍ବାଇ ପଠାଯାଇଥିଲା । ଫେବୃୟାରୀ ୧୨ ରେ ଲିଭର ଦଣ୍ଡିସ ଅଧିକ ହୋଇଛି ବୋଲି ସୂଚନା ଦେଇ କଟକ ଶିଶୁ ଭବନକୁ ରେଫର କରିଥିଲେ । ପିତା ପତିତପାବନ ତିବେଣୀ କମ୍ପାନୀରେ କାମ କରୁଥିଲେ ଝିଅର ଦେହ ଖରାପ ଶୁଣି ସେଠାରୁ ଛୁଟି ନେଇ ଆସିଥିଲେ ଓ ଚିକିତ୍ସା ପାଇଁ ତ୍ରୀବେଣୀ କମ୍ପାନୀ ଠାରୁ ୫୦ହଜା ଟଙ୍କା,ଜମି ବାଡି,ଛେଳି ମେଣ୍ଢା,ଘର ଜିନିଷ ବନ୍ଧା ଦେଇ ୨ଲକ୍ଷ ୫୦ହଜାର ଟଙ୍କା ଏକାଠି କରି ରାତି ୧୦.୩୦ରେ କଟକ ଶିଶୁ ଭବନରେ ଆଡମିଶନ କରିଥିଲେ ୧୧.୩୦ ଚିକିସôା ଆରମ୍ଭ କରିବାକୁ କହି ଚିକିତ୍ସାଳୟ କର୍ମଚାରୀଙ୍କ ଆନ୍ତରୀକତା ଅଭାବ ଯୋଗୁଁ ୪ଦିନ ବିତିଯାଇଥିଲେ ମଧ୍ୟ ଚିକିତ୍ସା ହୋଇପାରିଲା ନଥିବାର ବାପା ପତିତପାବନ କହିଛନ୍ତି । ଫଳରେ ଝିଅକୁ ନେଇ ଭୂବନେଶ୍ୱର ସମ କସ୍ପିଟାଲରେ ଆଡମିଶନ କରି ୧୧ଦିନ ରହି ଚିକିତ୍ସା କରିଥିଲେ ନିଜ ପାଖରେ ଟଙ୍କା ସରିଯିବା ପରେ ଅଧିକ ଚିକିତ୍ସା ନକରି ୩ମାସର ଓୗଷଧ ସହିତ ଝିଅଙ୍କୁ ସାଥିରେ ଘରକୁ ଆଣିଥିଲେ । ଝିଅର ଚିକିତ୍ସା ନିମନ୍ତେ ଅଢେଇ ଲକ୍ଷ ଟଙ୍କା ରୁଣ କରି ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ବେଳେ ପରିବାର ସାନ ଝିଅର ଚିକିତ୍ସା କରିବାକୁ ବର୍ତମାନ ପତିତପାବନ ଅସମର୍ଥ ହୋଇ ପଡିଛନ୍ତି । ଏଣୁ ସାନ ଝିଅର ଜୀବନ ରକ୍ଷା ନିମନ୍ତେ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ଅନାଇ ବସିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କୁନି ଶିଶୁଟିର ଚିକିତ୍ସା ପାଇଁ ଅର୍ଥ କିମ୍ବା ସରକାରୀସ୍ତରରୁ ଚିକିତ୍ସା କରାଇବାପାଇଁ ପରିବାରର ଲୋକମାନେ ଓ ଗ୍ରାମବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top