ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ; ତା୧୩-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ଅନ୍ତର୍ଗତଭବାନୀ ନଗର ନିକଟ କାଜୁ ବାଡରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ଜିନପ୍ୟାଂଟ, ସାର୍ଟ ଓ ବୁଟ୍ ପିନ୍ଧିଥିବାବେଳେ ମୃତ ଦେହ ନିକଟରେ ଏକ ଟ୍ରାଭେଲିଂ ବ୍ୟାଗ ରହିଛି। ଯୁବକ ଜଣକ କୋରାପୁଟ ବାହାରର ବୋଲି ସନ୍ଦେହ କରୁଛି। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ କୋରାପୁଟ ଡାକ୍ତରଖାନାର ଶବ ବ୍ୟବଛେଦ ଗୃହରେ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *