ଅଜଣା ଭାରୀଯାନ ଧକ୍କାରେ ଠିକାଦାର ମୃତ

ରାଉରକେଲା ୨ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ରଘୁନାଥପାଲି ଥାନା ଅନ୍ତର୍ଗତ ବାଲୁଘାଟ ଠାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ବାଲୁଘାଟ ନୂଆ ବସ୍ତିରେ ରହୁଥିବା ଆନନ୍ଦ ସାହୁ(୫୨) କୌଣସି କାମରେ ହକି ଛକକୁ ଆସିଥିଲେ। କାମ ସାରି ବାଇକ(ଓଆର୧୪ୟୁ-୭୧୨୪) ଯୋଗେ ଘରକୁ ଫେରୁଥିବା ବେଳେ ବାଲୁଘାଟ ଛକରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଘଟଣାକୁ ନେଇ ରାସ୍ତା ଅବରୋଧ କରାଯାଇଥିଲା। ବେପରୁଆ ଟ୍ରକ ଚାଳନା ଉପରେ ରୋକ, ଛକରେ ହମ୍ପସ୍ ତିଆରି ଓ ଟ୍ରାଫିକ ବ୍ୟବସ୍ଥା କଠିନ କରିବା ଆଦି ଦାବିରେ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାର ସୂଚନା ପାଇ ପୋଲିସ୍ ଆସି ପହଞ୍ଚିବା ସହ ବୁଝାସୁଝା କରିଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *