ଓଡ଼ିଶା

ଅଜଣା ବୋଲେରୋ ଧକ୍କାରେ ଯୁବକ ମୃତ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ରାସ୍ତାର ଜୟନଗରସ୍ଥିତ ପେଟ୍ରୋଲ ଟାଙ୍କି ନିକଟରେ ଏକ ଅଜଣା ବୋଲେରୋ ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସ୍ଥାନୀୟ ଜୟନଗର (ଭଣ୍ଡାରିପଦୀ) ଗ୍ରାମର ସୁଧାକର ଦାସଙ୍କ ପୁତ୍ର ରାଜେଶ (୨୩) ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏକ ଅଜଣା ବୋଲେରୋ ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ରାଜେଶଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେ ରାସ୍ତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସ୍ଥାନୀୟ ପୁଲିସ୍ ଦୁର୍ଘଟଣାର ତଦନ୍ତ କରୁଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top