ଓଡ଼ିଶା

ଅଜଣା ବାଇକ୍ ଧକ୍କାରେ ଜଣେ ଗୁରୁତର

ହରିଚନ୍ଦନପୁର,ତା ୦୫.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ଥାନା ନିକଟସ୍ଥ ବ୍ରାହ୍ମଣୀପାଳ ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର ରାସୋଳ ଛକ ନିକଟରେ ଗୁରୁବାର ଅପରାହ୍ନ ୪ଟା ସମୟରେ ବାଇକ୍ ସହ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଧକ୍କା ହେବାରୁ ବାଇକ ଚାଳକ ଜଣେ ଗୁରୁତର ହୋଇଥିବାର ଜଣାପଡିଛି । ସୂଚନା ମୁତାବକ ଯାଜପୁର ଜିଲ୍ଲା ଓସ୍ତପାଳ ଗ୍ରାମର ଟିକୁନ ପ୍ରଧାନ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଗୋଟିଏ ଅଜଣା ବାଇକ୍ ଧକ୍କା ଦେଇଥିଲା । ଫଳରେ ଟିକୁନ ଘଟଣାସ୍ଥଳରେ ପଡି ଗୁରୁତର ହେଇଛନ୍ତି । ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟିକୁନଙ୍କୁ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାର ଜଣାପଡିଛି । ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଅଜଣା ବାଇକ୍ ଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି । ଘଟଣାର ଅଧିକ ତଦନ୍ତ କରୁଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top