ଓଡ଼ିଶା

ଅଜଣା ପିକପ୍ ଭ୍ୟାନ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ହରିଚନ୍ଦନପୁର ବ୍ରାହ୍ମଣୀପାଳ ଭିଆଇପି ରାସ୍ତା ଅବରୋଧ

ହରିଚନ୍ଦନପୁର,ତା୦୭.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ଠାକୁରପଡା ଗ୍ରାମପଞ୍ଚାୟତର ମଙ୍ଗଳପୁର ଛକ ନିକଟରେ ଅଜଣା ପିକପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମଙ୍ଗଳପୁର ଗ୍ରାମର ଭରତ ନାଏକଙ୍କ ପୁଅ ଜଗନ୍ନାଥ ନାଏକ(୩୫) ବୁଧବାର ଦିନ ସକାଳୁ ପୋଖରିକୁ ଶୌଚ ହେବାକୁ ରାସ୍ତା ପାର ହୋଇ ଯାଉଥିଲେ । ଅଚାନକ ଏକ ପିକପ୍ ଭ୍ୟାନ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା ଫଳରେ ରାସ୍ତାର କଡକୁ ଜଗନ୍ନାଥ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ବ୍ରାହ୍ମଣୀପାଳରୁ ହରିଚନ୍ଦନପୁର ଦେଇ କେନ୍ଦୁଝର ଅଭିମୁଖେ ପିକପ୍ ଭ୍ୟାନଟି ଯାଉଥିବାର ଜଣାପଡିଛି । ମୃତକ ଜଗନ୍ନାଥଙ୍କର ତିନୋଟି କନ୍ୟା ସନ୍ତାନ ଥିବାରୁ କ୍ଷତିପୂରଣ ଦାବିରେ ସେ ଅଞ୍ଚଳବାସୀ ହରିଚନ୍ଦନପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ମଙ୍ଗଳପୁର ଛକ ନିକଟରେ ଅବରୋଧ କରିଥିଲେ । ଘଟଣାସ୍ଥଳରେ ହରିଚନ୍ଦନପୁର ଥାନା ଅଧିକାରିଣୀ ଗୁରୁବାରୀ ହେମ୍ବ୍ରମ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି କ୍ଷତିପୂରଣ ମିଳିବା ସହ ଛକ ନିକଟରେ ଗୋଟିଏ ହମ୍ପ୍ସ କରିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଠାକୁରପଡା ସରପଞ୍ଚ ବିଜେନ୍ଦ୍ର ନାଏକ ଘଟଣାସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରୁ ୨୦୦୦ହଜାର ଟଙ୍କା ଦେଇଥିବାର ଜଣାପଡିଛି । ମୃତକ ଜଗନ୍ନାଥଙ୍କ ମୃତ ଶରୀରକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top