ଜିଲ୍ଲା ପରିକ୍ରମା

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ୍ୟୁ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପୁରିପଡ଼ା ଠାରେ ଗତ ବୁଧବାର ରାତି ପ୍ରାୟ ୨ ଟାବେଳେ ଏକ ଅଜଣା ଗାଲଡ଼ି ଧକ୍କା ଦେବାରୁ ଜଣେ ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ମାନେ ବୃଦ୍ଧଙ୍କୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ସେଠାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଥାନା ସହକାରୀ ଅଧିକାରୀ ବିକ୍ରମ ହେମ୍ରମଙ୍କ ଠାରୁ ପ୍ରକାଶ। ମୃତକଙ୍କ ବୟସ ପାଖା ପାଖି ୬୦ ବର୍ଷ ହୋଇଥିବା ବେଳେ ତାଙ୍କର ମସ୍ତିସ୍କ ବିକୃତ ଥିବା କୁହାଯାଉଛି। ଦୁର୍ଘଟଣା ବାବଦରେ ୧୫୯/୧୮ ମୁଳେ ଏକ ମାମଲା ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top