ଅଜଣା ଗାଡି ଧକ୍କାରେ ୨ ଗାଈ ମୃତ; ୧ ଗୁରୁତର

ଯୋଡା. ୨୦/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ଦିନ ସକାଳେ କମାରଯୋଡାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟ ରାଜ୍ୟ ରାଜପଥ ଉପରେ ଏକ ଅଜଣା ଗାଡି ଧକ୍କାରେ ୨ଟି ଗାଈର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈର ଅବସ୍ତା ଗୁରୁତର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ପହଞ୍ଚି ଗାଈଟିର ଚିକିତ୍ସା ଜାରି ରଖିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୌଣସି ଟ୍ରକ ଏହି ଗାଈ ଗୁଡିକୁ ଧକ୍କା ଦେଇଥିବା କୁହାଯାଉଥିବା ବେଳେ ଏ ନେଇ ଘଟଣା ସ୍ଥଳରେ ଗାଈଟିର ମାଲିକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଛି। ଏ ନେଇ ସକାଳୁ ଟ୍ରକ ଚଳାଚଳ ବନ୍ଦ ଥିବା ବେଳେ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ମୃତ ଗାଈ ଗୁଡିକୁ ରୋଡ କଡକୁ ସ୍ଥାନାନ୍ତରିତ କରିବା ପରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଛି। ଏହି ଦୁର୍ଘଟଣା ନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଠାବ କରାଯାଇପାରିନାହିଁ।

 

Leave a Reply

Your email address will not be published. Required fields are marked *