ଅଜଣା ଗାଡି ଧକ୍କାରେ ୧ ମୃତ, କ୍ଷତିପୂରଣ ଦାବୀରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

କରଞ୍ଜିଆ ୧୧-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କୁଇତାଠାରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଲିପୋଷି ଗ୍ରାମର ରାମେଶ୍ୱର ନାଏକ କୌଣସି କାର୍ଯ୍ୟରେ ଯଶୀପୁର ଯାଉଥିବା ବେଳେ କେନ୍ଦୁଝର ଯଶୀପୁର ୪୯ ନମ୍ୱର ଜାତୀୟ ରାଜପଥ କୁଇତାଠାରେ ଏକ ଅଜଣା ଗାଡି ଧକ୍କାରେ ଶ୍ରୀ ନାଏକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ତେବେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ L&T କମ୍ପାନୀ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଉଭୟ ସାଇଟରେ ଥିବା ଗଛ କଟା ଚାଲିଥିଲା, ଗଛ କଟାରେ ନିୟୋଜିତ ଥିଲେ OFDC କର୍ମଚାରୀମାନେ। ତେବେ ଆଜି ସକାଳୁ ଗଛ କାଟୁ ଥିବା ବେଳେ ଅସାବଧାନତା କାରଣ ବସତ ଏକ ଗଛ ରାସ୍ତା ଉପରେ ଖସି ପଡ଼ିଥିଲା ସେତିକିବେଳେ ଏକ ମଟର ସାଇକେଲ OD 09F 5961 ଏବଂ ଏକ ୧୦ ଚକିଆ ଟ୍ରକ ଦୃତ ଗତିରେ ଯାଉଥିବା ବେଳେ ମଟର ସାଇକେଲକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ମଟର ସାଇକେଲ ଆରହୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଟ୍ରକଟି ଧକା ଦେଇ ଘଟଣା ସ୍ଥଳରରୁ ଫେରାଇ ହୋଇ ଯାଇ ଥିବା ସୂଚନା ମିଳିଛି। ତେବେ ଟ୍ରକକୁ ତୁରନ୍ତ ଜବତ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥ କୁଇତାଠାରେ ଉତ୍ତ୍ୟକ୍ତ ଲୋକେ ଦିନ ୧୧ ଘଟିକା ସମୟରୁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ସେହିପରି ଘଟଣା ସ୍ଥଳରେ ଯଶୀପୁର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *