ଅଜଣା ଗାଡି ଧକ୍କାରେ ଶିଶୁପୁତ୍ର ମୃତ:୨ ଗୁରୁତର

ଯାଜପୁର, ୨୬.୩(ଓଡିଆପୁଅ/ମାନସ ରାଉତ): ବଡଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଶିଶୁପୁତ୍ରର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ କାନପୁର ଗ୍ରାମର ସୁଧିର ମହାନ୍ତିଙ୍କ ପତ୍ନୀ ଲିଲି ମହାନ୍ତି(୨୭) ତାଙ୍କ ବାପଘର ମାହାଙ୍ଗା ଥାନା ଅନ୍ତର୍ଗତ କଉଡୁକୋଲ ଗ୍ରାମରୁ ଶାଶୂଘରକୁ ଯିବା ବେଳେ ବନ୍ଦାଳୋ ଛକ ନିକଟରେ ଅଜଣା ଗାଡି ଧକ୍କା ଦେବାରୁ ଲିଲିଙ୍କ ସମେତ ବାଇକ ଚାଳକ ଭାଇ ଜଗା ନାଥ(୨୦) ଓ ପୁଅ ସ୍ୱାଗତ ମହାନ୍ତି ଗୁରୁତର ହୋଇ କଟକ ବଡଡାକ୍ତର ଖାନାକୁ ସ୍ଥାନାନ୍ତର ହୋଇଥିଲେ। ବଡଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଶିଶୁପୁତ୍ରଟିର ମୃତ୍ୟୁଘଟିଛି। ଅନ୍ୟଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ବଡଚଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି। ବାରମ୍ବାର ଏହି ଛକରେ ଦୁର୍ଘଟଣା ଘଟୁଥିବାରୁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହିତ ଦୃତ ଗତିରେ ଯାତାୟତ କରୁଥିବା ଗାଡି ·ଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *