ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଫୁଲବାଣୀ, ୨୩ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା କୁଣ୍ଡିପଦର ଗ୍ରାମର ପଂଚାନନ ଭୋଇ। ଆଜି ସକାଳେ ଫୁଲବାଣୀ-ବୌଦ୍ଧ ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ କିଛି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢ଼ି ଯାଇଥିବା ଦେଖିବାକୁ ପାଇଥିଲା।ମୂଣ୍ଡ ସଂପୂର୍ଣ୍ଣ ରୂପେ ଚାପି ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବପର ନ ଥିଲା। ତେବେ ଘଟଣା ପ୍ରଚାରିତ ହେବା ପରେ ପରିବାର ଲୋକ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟାରେ ଆସି ଫୁଲବାଣୀ ମେଡିକାଲରେ ପହଂଚିଥିଲେ। ସେଠାରେ ସେମାନେ ଶବ ଚିହ୍ନଟ କରବା ପରେ ମୃତକଙ୍କ ପରିଚୟ ଜଣାପଡିଥିଲା। ମୃତ ପଂଚାନନଙ୍କ ସ୍ତ୍ରୀ ରେବତୀ ଭୋଇଙ୍କ କହିବା ଅନୁସାରେି ସେମାନେ ବାଉଁଶାଣୀ ଥାନା ସାହାଜପାଲରେ ଘର ଭଡା ନେଇ ରହୁଥିଲେ। ପଂଚାନନ ମେଟ୍ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର କେନ୍ଦୁପତ୍ର ତୋଳାଳୀଙ୍କ ଟଙ୍କା ଆଣିବା ପାଇଁ ସେ ଫୁଲବାଣୀ କେନ୍ଦୁପତ୍ର ଡିଭିଜନକୁ ଯାଇଥିଲେ। ସେଠାରୁ ୨୦ ହଜାର ଟଙ୍କା ଆଣିଥିବା ଜଣାପଡିଛି। ତେବେ ତାଙ୍କ ପକେଟରୁ ମାତ୍ର ୨୦ ଟଙ୍କା ମିଳିଛି। ତାଙ୍କୁ କେହି ଠେଲି ମାରି ଦେଇଛି ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ଚାଲଥିବା ପୁଲିସ କହିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡି ସଂପର୍କରେ କିଛି ଜଣାପଡି ନ ଥିଲା ବେଳେ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଡିଏସ୍ପି ଚନ୍ଦ୍ରଶେଖର ହୋତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *