ଓଡ଼ିଶା

ଅଜଣା ଗାଡି ଧକ୍କାରେ ମହିଳା ମୃତ: କ୍ଷତିପୁରଣ ଓ ଧକ୍କା ଦେଇଥିବା ଗାଡିକୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ

– ୩ ଘଣ୍ଟା ପରେ ଉଠିଲା ରାସ୍ତା ଅବରୋଧ

ତୁରୁମୁଙ୍ଗା ୧୯-୯ (ଓଡ଼ିଆ ପୁଅ) କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ନର୍ସରୀ ଛକ ନିକଟରେ ମଙ୍ଗଳବାରଦିନ ଅପରାହ୍ନ ରେ ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକା ରେ ମହିଳା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମହିଳାଙ୍କ ମୁଣ୍ଡରେ ଗାଡି ଚକା ଚଢି ଯାଇଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ନିଜ ଜିଦରେ ଅଟଳ ରହିଥିଲେ। ପୋଲିସ ରେଡ଼କ୍ରସ ତରଫରୁ ୧୦ହଜାର ଟଙ୍କା ଦେଇ ଶବକୁ ଉଠାଇବାକୁ କହିବାରୁ କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତେଜନା ଦେଖାଦେଇଥିଲା। ପରେ ମାଜିଷ୍ଟେଟ ଭାବେ ପାଟଣା ବିଡିଓ କୁଶଳ ଚନ୍ଦ୍ର ନାଏକ ପହଁଚି ବୁଝାସୁଝା କରିବା ପରେ ପରିବାର ଲୋକଙ୍କୁ ରେଡ଼କ୍ରସ ତରଫରୁ ୧୦ ହଜାର ଏବଂ ପଞ୍ଚୟାତ ତରଫରୁ ହରିଷ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେବା ସହିତ ଦୁର୍ଘଟଣା ଘଟାଇ ପଳାଇଥିବା ଗାଡିକୁ ଧରିବା ପ୍ରତିଶୃତି ପୋଲିସ ଠାରୁ ପାଇବା ପରେ ୩ ଘଣ୍ଟା ପରେ ରାସ୍ତା ଅବରୋଧ ହରିଥିଲା। ରାସ୍ତା ଅବରୋଧ ଯାଗୁଁ ୪୯ ନମ୍ବର ରାଜପଥ ରେ ଶହ ଶହ ଗାଡି ମଟର ଅଟକି ରହିଥିଲା ମୃତ ମହିଳା ଜଣକ କରଞ୍ଜିଆ ଥାନା କରଡ଼ିଆ ଗ୍ରାମର ଝୁନୁ ମହାରଣା (୩୫)ଚେମେଣା ଗ୍ରାମକୁ ନିଜ ସମ୍ପର୍କୀୟ ଘରକୁ ଆସୁଥିଲେ। ଚେମେଣା ଛକରେ ଵସ ରୁ ଓଲ୍ହାଇ ରାସ୍ତା ପାରି ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top