ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ହରିଚନ୍ଦନପୁର, ତା୧୨.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଠାରୁ ବ୍ରାହ୍ମଣୀପାଳ ଯାଇଥିବା ଭିଆଇପି ରାସ୍ତା ମଧ୍ୟର ରାସୋଳ କୁଶେଇନଦୀ ବ୍ରିଜି ନିକଟରେ ରବିବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗଦୁଆଁ ଗ୍ରାମର ବଂଶୀଧର ବେହେରା(୬୦) କୈୗଣସି କାମରେ ବ୍ରାହ୍ମଣୀପାଳ ଯାଇଥିଲେ ସେଠାରୁ ରାତ୍ରରେ ଫେରିବା ସମୟରେ ଅଜଣା ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ସକାଳେ ସ୍ଥାନୀୟ ଲୋକମାନେ ବଂଶୀଙ୍କ ମୃତ ଦେହ ଶରୀର ଦେଖି ଦୈତାରୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇବା ସହ ଥାନାରେ କେସ ନଂ ୧୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *