Home ଓଡ଼ିଶା ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ

ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ

95

ବାଲିଗୁଡ଼ା, ୦୨/୦୭ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗି ୫୯ ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଦ୍ୱୟ ହେଲେ କ.ନୁଆଗାଁ ଥାନା ଜୁରୁକୁପଡା ଗ୍ରାମର ତିମନ୍ତ ଦିଗାଳ ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ବୋଲି ଜଣାପଡ଼ିଛି। ସୂଚନା ପ୍ରକାରେ ମୃତକ ଦୁଇଜଣ ଶୁକ୍ରବାର ଅପରାହ୍ନ ରେ ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି ଧୂଙ୍ଗିଆଦେଇ ଠାରେ ବାଇକଟି ଏକ ଅଜଣା ଗାଡି ସହ ଧକ୍କା ଘଟି ରାସ୍ତାରେ ଗୁରୁତର ପଡିଥିଲେ ବାଇକ ଆରୋହୀ ଦୁଇଜଣ। ପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ ମୋଟରସାଇକେଲ ଆରୋହୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମୋଟରସାଇକେଲ ଆରୋହୀ ଦ୍ୱୟଙ୍କୁ ମୃତ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.