ଜିଲ୍ଲା ପରିକ୍ରମା

ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, ୨ ଜଣ ଗୁରୁତ୍ତର

ବୌଦ୍ଧ, ୨୬ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ସଦର ଥାନା ଅର୍ନ୍ତଗତ ୫୭ ନଂ ଜାତୀୟ ରାଜପଥର ଲାଣ୍ଡିବନ୍ଧଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ମଟରସାଇକେଲରେ ଯାଉଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହରଭଂଗା ବ୍ଲକର ଲଇଗାାଁ ଗ୍ରାମର ସୁଜିତ ମାଝି ନିଜ ସଂପର୍କିୟଙ୍କ ସହ ଏକ ବାଇକରେ ବୌଦ୍ଧ ସହରକୁ ଯାଉଥିବା ସମୟରେ ଏକ ଟାଟା ଏସି ଗାଡି ଅନ୍ୟ ଏକ ଗାଡିକୁ ଓଭରଟେକ କରିବାକୁ ଯାଇ ସମ୍ମୁଖରୁ ଆସୁଥିବା ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ମହିଳା ଜଣକ ହେଲେ ମମତା ମାଝି (୫୦)। ସୁଜିତ ମାଝି (୨୮) ଏବଂ ସଂଯୁକ୍ତା ନାୟକ (୩୦)ଙ୍କୁ ଗୁରୁତ୍ତର ଅବସ୍ଥାରେ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ସୁଜିତ ମାଝିର ଅବସ୍ଥା ଅଧିକ ଗୁରୁତ୍ତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top