ଅଜଣା ଗାଡିଧକ୍କାରେ ବାଇକ ଆରୋହୀର ମୃତ୍ୟୁ

ମାଲକାନଗିରି, ୫ା୯(ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ଏମଭି ୭ ବଜାର ନିକଟରେ ଅଜଣାଗାଡି ଧକ୍କାରେ ଜଣେ ବାଇକ ଆରୋହୀର ମୃତ୍ୟୁ ଘଟିଛି। ଆଜି ସକାଳେ ମାଲକାନଗିରି ବ୍ଲକସ୍ଥ ଏମଭି୧୬ ଗ୍ରାମର ବିଶ୍ୱବିଶ୍ୱାସ (୩୫)ନାମକ ଯୁବକ ମାଲକାନଗିରି ରୁ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଏମଭି ୭ ବଜାର ନିକଟ ରାସ୍ତାରେ ହଟାତ ଏକ ଅଜଣା ଗାଡି ଧକ୍କାଦେଇ ପଳାଇଥିଲା। ଗାଡି ଧକ୍କାରେ ବାଇକ ସହ ବିଶ୍ୱ ଦୁରକୁ ଛିଟିକି ପଡିଥିଲେ। ତାଙ୍କମୁଣ୍ଡ ଫାଟି ବସ ବାହରକୁ ବାହିରି ପଡିଥିଲା, ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଏହି ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରିବାରୁ ମାଲକାନଗିରି ଥାନାରୁ ପୁଲିସ ଘଟଣାସ୍ଥଳରେ ପହିଁଚି ମୃତ ଶରୀର ଜବତ କରି ମାଲାକନଗିରି ହସପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *