ଅଜଣା ଗଳିତ ଶବର ପରିଚୟ ମିଳିଲା , ହତ୍ଯା ଅଭିଯୋଗ ଆଣିଲେ ପତ୍ନୀ

ପାଟଣା , ତା୨୧/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ବ୍ଲକ ବନବୀର ନିକଟ ବନବୀର – ଦାମାହୁଦା ରାସ୍ତାର ତାଗାବନ୍ଧା ହୁଡି ନିକଟରୁ ଗତ ୧୭ତାରିଖ ମଙ୍ଗଳବାର ପାଟଣା ପୋଲିସ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର କରିଥିଲା ତେବେ ମୃତ ଯୁବକ ଜଣଙ୍କ ଘଟଗାଁ ଥାନା ଭାଲୁକିପତଳା ଗ୍ରାମ ର ଗୋଲକ ନାଏକ (୩୩) ବୋଲି ଜଣାପଡିଛି । ଆଜି ମୃତ ଗୋଲକଙ୍କ ସ୍ତ୍ରୀ ଫୁଲମଣୀ ନାଏକ ଫଟୋ ଏବଂ ପକେଟରେ ଥିବା ସିମ କାର୍ଡରୁ ତାଙ୍କ ସ୍ବାମୀ ବୋଲି ସ୍ପଷ୍ଟ କରିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ତାଙ୍କ ସ୍ବାମୀ ହତ୍ୟାକାରୀ ମାନଙ୍କୁ ଗିରଫ ପାଇଁ ଦାବୀ ଜଣାଇଛନ୍ତି । ତେବେ ଗୋଲକ ନାଏକ ଙ୍କ ଶଶୁର ଘର କରଞ୍ଜିଆ ହୋଇଥିବା ବେଳେ ସେ ପରିବାର ସହ କରଞ୍ଜିଆ ରେ ରହୁଥିଲେ । ପାଟଣା ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଗୋଲକଙ୍କ ଅପମୃତ୍ୟୁ ମାମଲାକୁ ହତ୍ଯା ମାମଲାରେ ଭାବେ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *