କେନ୍ଦୁଝର

ଅଜଣା କାର ମାରିଲା ସାଇଟ୍ ବାଇକରୁ ପଡି ଜଣେ ଗୁରୁତର

ହରିଚନ୍ଦନପୁର ତା ୦୧.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଘଟଗାଁ ଥାନା ଅନ୍ତର୍ଗତ ପାଉଛିଆ ଗ୍ରାମ ଛକ ନିକଟସ୍ଥ ଘଟଗାଁ ରାସ୍ତାରେ ସୋମବାର ଦିନ ୧୧ଟା ସମୟରେ ଅଜଣା କାର ବାଇକକୁ ମାରିଲା ସାଇଟ୍ ବାଇକରୁ ପଡି ଜଣେ ଗୁରୁତର, ଓ ଦୁଇଜଣ ଖଣ୍ଡିଆ ଖାବରା ହୋଇଥିବାର ଜଣାପଡିଛି।ସୂଚନା ନେବାରୁ ଜଣାପଡିଛି ଯେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମପଞ୍ଚାୟତର ମଧ୍ୟପୁର ଗ୍ରାମର ହୃଦାନନ୍ଦ ମହାନ୍ତଙ୍କ ପୁଅ ଅଖୟ ମହାନ୍ତ(୩୦) ଓ ତାଙ୍କ ସ୍ତ୍ରୀ ଲିନା ମହାନ୍ତ(୨୮) କୁନି ପୁଅ ସହ ଘଟଗାଁ ତାରିଣୀ ଦର୍ଶନ ନିମନ୍ତେ ଯାଉଥିଲେ। ଯିବା ବାଟରେ ଦୁର୍ଘଟଣା ଘଟିଥିଲା ଫଳରେ ଅଖୟ ଗୁରୁତର ହୋଇଥିବା ସହ ଲିନା ଓ କୁନି ପୁଅ ଖଣ୍ଡିଆ ଖାବରା ହୋଇଛନ୍ତି। ଘଟଣାସ୍ଥଳରୁ ଅଖୟଙ୍କୁ ଗୁରୁତର ଅବସ୍ଥାରେ ଲିନା ସାହାସିକତାର ସହ ଗୋଟିଏ କାରକୁ ଅଟକାଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବାର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଧାଂଶୁ ମହାପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top