ଅଜଗର ସାପ ଉଦ୍ଧାର

ଘଟଗାଁ,୧୭/୮( ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବନ ବିଭାଗ ଦ୍ବାରା ଛେଳି ଗିଳିଥିବା ଅବସ୍ଥାରେ ଏକ ଅଜଗର ସାପ ଉଦ୍ଧାର ହୋଇଛି। କୋଳିମାଟି ଗ୍ରାମ ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରେ ଗତ କାଲି ଅପରାହ୍ନରୁ ଛେଳି ଗିଳିଥିବା କାରଣରୁ ସକାଳ ପର୍ଯ୍ୟନ୍ତ ସାପ ପଡି ରହିଥିଲା। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡିଛନ୍ତି। ତେବେ ସାପଟି ସ୍ବାଭାବିକ ଭାବରେ ଚଳ ପ୍ରଚଳ କରିବା ପାଇଁ ୬ ଘଣ୍ଟା ଲାଗିବ ବୋଲି ବନବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *