ଅଚିହ୍ନା ଯୁବକର ଗଳିତ ଶବ ଉଦ୍ଧାର କଲା ପାଟଣା ପୋଲିସ

ପାଟଣା, ତା୧୭/୦୭(ଓଡ଼ିଆ ପୁଅ /ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ବନବୀର ଗ୍ରାମ ହୁଡିରୁ ଏକ ଅଚିହ୍ନା ଯୁବକ ର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ବନବୀର – ଦାମାହୁଦା ରାସ୍ତା କଡରେ ଥିବା ବନବୀର ତାଗାବନ୍ଧା ଜଂଗଲ ର ଏକ ହୁଡ଼ି ନିକଟରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତଦେହ ପଡିଥିବା ନେଇ ପାଟଣା ପୋଲିସ କୁ ଖବର ମିଳିବା ପରେ ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ,  ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି,  ଏଏସଆଇ ଅଶୋକ ନାୟକ ସାଇଣ୍ଟିଫିକ୍ ଟିମ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହ ମୃତ ଦେହ କୁ ଜବତ କରି ବ୍ୟବଛେଦ ନିମନ୍ତେ ପାଟଣା ପଠାଇଛନ୍ତି। ପୋଲିସ ର ପ୍ରାଥମିକ ତଦନ୍ତ ରୁ ଏହା ୪ରୁ୫ ଦିନ ର ଘଟଣା ବୋଲି ଅନୁମାନ କରାଯାଉଥିବା ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି। ଏନେଇ ପାଟଣା ଥାନାରେ ପ୍ରଥମେ ଏହାକୁ ଏକ ଅପମୃତ୍ୟୁ ମାମଲା ନଂ ୧୯/ ୧୭-୦୭-୨୦୧୮ମୂଳେ ରୁଜୁ ହେବ ସହ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *