କେନ୍ଦୁଝର

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଯୁବକଙ୍କ ପରିଚୟ ମିଳିଲା

ତୁରୁମୁଙ୍ଗା ୨୧-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ବନବୀର ନିକଟ ବନବୀର ଦାମାହୁଦା ରାସ୍ତାର ତାଗାବନ୍ଧା ହୁଡି ନିକଟରୁ ଗତ ଦିନ ପାଟଣା ପୋଲିସ ଏକ ମୃତଦେହ ଉଦ୍ଧାର କରିଥିଲା ତେବେ ସେ ହେଲେ ଘଟଗାଁ ଥାନା ଭାଲୁକିପାତଳା ଗ୍ରାମ ର ଗୋଲେଖ ନାଏକ। ଆଜି ଗୋଲେଖଙ୍କ ସ୍ତ୍ରୀ ଫଟୋ ଏବଂ ପକେଟରେ ଥିବା ସିମ କାର୍ଡରୁ ତାଙ୍କ ସ୍ବାମୀ ବୋଲି କହିଛନ୍ତି ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପାଟଣା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥି ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗୋଲେଖ କରଞ୍ଜିଆରେ ନିଜ ପରିବାର ସହିତ ରହୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top