ପାରଳାଖେମୁଣ୍ଡି, ୧୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ଥିବା ଜନସେବାକେନ୍ଦ୍ର ସମ୍ମୁଖରେ ଜଣେ ପ୍ରାୟ ୬୦ବର୍ଷର ବୃଦ୍ଧବ୍ୟକ୍ତିଙ୍କର ଅଚାନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ମୃତ ବ୍ୟକ୍ତି ଜଣକ ଗତକାଲି ବିଳମ୍ବିତ ସଂଧ୍ୟାରେ ସ୍ଥାନିୟ ଜନସେବା କେନ୍ଦ୍ର ସମ୍ମୁଖରେ ଅଚେତ ହୋଇପଡିରହିଥିଲେ। ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳକୁ ନେବାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦିଆଯାଇଥିଲା। ମୃତ ବ୍ୟକ୍ତିଙ୍କର କୌଣସି ଚିହ୍ନଟ ହୋଇନଥିବା ବେଳେ ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧/୧୮ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିବାର ଏସ.ଆଇ ଜ୍ୟୋର୍ତିମୟୀ ଦାସ ଜଣାଇଛନ୍ତି।

Loading...