ଓଡ଼ିଶା

ଅଚାନକ ଚଳନ୍ତା ବାଇକ ଉପରକୁ ବଜ୍ରାଘାତ, ବାଇକ୍ ଚାଳକର ଘଟଣାସ୍ଥଳରେ ମୃତ୍ୟୁ

ତୁରୁମୁଙ୍ଗା, ତା୧୮.୦୪(ଓଡିଆ ପୁଅ/ସନ୍ତେଷ ପତି)କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଚଳନ୍ତା ବାଇକ ଉପରକୁ ବଜ୍ରାଘାତ ବାଇକ ଚାଳକ ମୃତ। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ କେନ୍ଦୁଝରରୁ ନିଜ ଘର ମୟୁରଭଞ୍ଜ ଜିଲ୍ଲା କେଶନା ନିକଟସ୍ଥ ଶିଆଲଗୋଠାଣୀକୁ ଫେରୁଥିବା ଦିଲ୍ଲୀପ କୁମାର ସାହୁ(୩୦) ଓଆର ୦୯ ଏମ ୫୧୯୧ ବାଇକକୁ ଅଚାନକ ବଜ୍ରାଘାତ ହୋଇଥିଲା ଫଳରେ ଦିଲ୍ଲୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାର ୧ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା ପରେ ବି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ବିଳମ୍ବରେ ପୋଲିସ ପହଞ୍ଚିବାକୁ ନେଇ ଜନସାଧାରଣ ଉତ୍ୟକ୍ତ ହୋଇ ପୋଲିସ ସହ ମୁହାଁମୁହିଁ ହେବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିବାର ଦେଖିବାକୁ ମିଳିଛି। ପୋଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top