କେନ୍ଦ୍ରାପଡ଼ା

ଅଙ୍ଗୁଳାଇ ଅଞ୍ଚଳରେ ଚୋରା ମଦ କାରବାରକୁ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ମାର୍ଶାଘାଇ ବ୍ଲକ ତଥା କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଅଙ୍ଗୁଳାଇ ଗ୍ରାମପଞ୍ଚାୟତରେ ବ୍ୟାପକ ଚୋରାମଦ କାରବାର ହେଉଛି। ଏହି ମଦ୍ୟପାନ ଦ୍ୱାରା ମୃତ୍ୟୁର ଆଶଙ୍କା ସୃଷ୍ଟି ହୋଇଛି। ଅତୀତରେ ଚୋରାମଦକୁ ବିରୋଧକରି ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜନ ପ୍ରତିନିଧିଙ୍କ ପରିବାର ଲୋକମାନେ ଏହି ଚୋରାମଦ ବ୍ୟବସାୟ କରି ମଦର ବନ୍ୟା ସୃଷ୍ଟି କରିଛନ୍ତି। ବ୍ୟାପକ ବିଦେଶୀ ଓ ଦେଶୀ ଚୋରାମଦ ପିଇ ମଦ୍ୟପମାନେ ଅଶ୍ଲିଳ ଭାଷାରେ ପଞ୍ଚାୟତବାସୀଙ୍କୁ ଗାଳି ଗୁଲଜ କରିବା ସହିତ ମହିଳା ଓ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରି ଗଣ୍ଡଗୋଳ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହି ଚୋରାମଦ ପିଇ ଗତ ଅଗଷ୍ଟ ୨୬ତାରିଖରେ ନେମ୍ବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଘୁନାଥ ପ୍ରଧାନ ନିଶାଶକ୍ତ ଅବସ୍ଥାରେ ତାର ଝିଆରୀକୁ ଦିଷ୍କର୍ମ କରି ଜେଲରେ ଅଛି। ଏହି ଅଭିଯୋଗପାଇ କେନ୍ଦ୍ରାପଡା ସଦରଥାନା ପୁଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା। ତେବେ ଚୋରା ମଦ ବ୍ୟବସାୟୀମାନେ ଧନୀ ଏବଂ ରାଜନୈତିକ କ୍ଷମତାଶାଳୀ ବ୍ୟକ୍ତି ହୋଇଥିବାରୁ ପୁନର୍ବାର ପୁଲିସକୁ ବେଖାତିର କରି ଚୋରାମଦ ବ୍ୟବସାୟ କରୁଛନ୍ତି। ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅସାମାଜିକ ଲୋକଙ୍କ ସହିତ ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ମାଟିଆ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଚୋରା ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ସେମାନଙ୍କୁ ଗିରଫ କରିବା ସହିତ ଏହାର ଆଶୁ ପ୍ରତିକାର କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତର ଅଧିବାସୀମାନେ ଦାବି କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସାତଦିନ ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ପଞ୍ଚାୟତର ବାଇଧର ରାଉତ, ମଧୁସୁଦନ ସାହୁ, ରଶ୍ମୀତା ବେହେରା, ଗଙ୍ଗାଧର ମନ୍ତ୍ରୀ, ବନଲତା ଜେନା, ନିଳମାଧବ ରାଉତ, ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top