ଅଙ୍ଗନୱାଡ଼ି କେନ୍ଦ୍ରରେ ପରିପୂରକ ଓ ପୃଷ୍ଟିକର ସାଧନ କାର୍ଯ୍ୟକ୍ରମ ଉଦଘାଟନ

ତିର୍ତ୍ତୋଲ୧୬/୦୭(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ଏହି ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦ ପଞ୍ଚାୟତରେ ଥିବା ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର ଓ ତିର୍ତ୍ତୋଲ ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଓଡ଼ିଶା ସରକାରଙ୍କ ପରିପୂରକ ପୃଷ୍ଟି ସାଧନ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି। ତେନ୍ତୁଲିପଦା ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଉପସ୍ଥିତ ଗର୍ଭବତୀ ମହିଳା ମାନଙ୍କୁ ପ୍ରାତଃ ଜଳଖିଆ ଗରମ ରନ୍ଧା ଖାଦ୍ୟ ଓ ଘରକୁ ନେବା ଖାଦ୍ୟ(ଶୁଖିଲାଖାଦ୍ୟ) ଓ ଏହା ସହିତ ଛତୁଆ, ବାଦାମ ଲଡ଼ୁ ଓ ଛୋଟଛୋଟ ଶିଶୁମାନଙ୍କୁ ସୁଜି ହାଲୁଆ, ସୁଜି ଚୁନା ସହିତ ବେସନ ଓ ଚିନିରେ ତିଆରି ଲଡ଼ୁ ବଣ୍ଟନକରି ଉଦ୍ଘାଟନ କରିଥିଲେ। ସେହିପରି ତିର୍ତ୍ତୋଲ ୧ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ୱାର୍ଡ଼ସଭ୍ୟା ଲତା ସାହୁ ଓ ଅଙ୍ଗନୱାଡ଼ି ଯାଞ୍ଚକମିଟିର ସଭାପତି ମହେଶ୍ୱର ପରିଜା ଯୋଗଦେଇ ୧୦ରୁ ଉର୍ଦ୍ଧ ଗର୍ଭବତୀ ମହିଳା ଓ ଛୋଟଛୋଟ ଶିଶୁମାନଙ୍କୁ ଉପରୋକ୍ତ ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ଶିଶୁ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା, ଅନ୍ନପୂର୍ଣ୍ଣା ଦାସ, ସ୍ମୃତି ସୁଧା ବିଟ୍, ତିର୍ତ୍ତୋଲ ୧ନଂ ଅଙ୍ଗନୱାଡ଼ି କର୍ମୀ ସ୍ୱର୍ଣ୍ଣଲତା ଦାସ, ସହକର୍ମୀ ବାସନ୍ତି ଦାସ, ତେନ୍ତୁଲିପଦା ୧ ନଂ ଅଙ୍ଗନୱାଡ଼ି କର୍ମୀ ଶ୍ରଦ୍ଧାଞ୍ଜଳୀ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଗର୍ଭବତୀ ମହିଳା, ଶିଶୁ ଓ ବାପା ମା ମାନଙ୍କୁ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ବର୍ତ୍ତମାନ ଯୋଗାଇ ଦିଆଯାଉଥିବା ସମସ୍ତ ପରିପୂରକ ଓ ପୃଷ୍ଟିକର ଖାଦ୍ୟ ସହିତ ମହିଳା ଓ ଶିଶୁ ମାନଙ୍କର ଯତ୍ନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *